ରାକ୍ଷୀ କିଣିବା ସମୟରେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ଭାଇ-ଭଉଣୀଙ୍କର ପବିତ୍ର ପର୍ବ ରକ୍ଷା ବନ୍ଧନ ଚଳିତ ବର୍ଷ ଅଗଷ୍ଟ ୩ରେ ପାଳନ କରାଯିବ। ରକ୍ଷା ବନ୍ଧନର ପର୍ବ ନିକଟତର ହେବା ଯୋଗୁଁ ମାର୍କେଟର କେତେକ ସ୍ଥାନରେ ଓ ଅନଲାଇନରେ ରଙ୍ଗ-ବେରଙ୍ଗ ରାକ୍ଷୀ ଉପଲବ୍ଧ। ମାତ୍ର ଏହି ରାକ୍ଷୀ କିଣିବା ପୂର୍ବରୁ କିଛି ବିଶେଷ ଦିଗ ପ୍ରତି ଧ୍ୟାନ ରଖିବା ଉଚିତ। ମାନ୍ୟତା ଅନୁଯାୟୀ, କିଛି ସ୍ୱତନ୍ତ୍ର ପ୍ରକାରର ରାକ୍ଷୀ ରହିଛି, ଯାହାକୁ ବାନ୍ଧିବା ଉଚିତ ନୁହେଁ।ଏହାଦ୍ୱାରା ଅଶୁଭ ଫଳ ପ୍ରାପ୍ତି ହୋଇଥାଏ। ଜାଣନ୍ତୁ ଏ ବିଷୟରେ ……
ପ୍ରଥମେ ଏହି ଶୁଭଦିନରେ ନିଜ ଭାଇଙ୍କୁ କୁଙ୍କୁମ ଓ ଚାଉଳ ଲଗାନ୍ତୁ।
କଳାରଙ୍ଗର ରାକ୍ଷୀ ଆଦୌ ପିନ୍ଧିବା ଉଚିତ ନୁହେଁ। କୁହାଯାଏ, କଳା ରଙ୍ଗର ରାକ୍ଷୀ ପିନ୍ଧିବା ଦ୍ୱାରା ଅଶୁଭଫଳ ମିଳିଥାଏ।
ଛିଣ୍ଡି ଯାଇଥିବା ରାକ୍ଷୀ –
ରାକ୍ଷୀ ପୂର୍ଣ୍ଣିମା ଦିନ ଭଉଣୀମାନେ ଭାଇଙ୍କୁ ଛିଣ୍ଡି ଯାଇଥିବା ରାକ୍ଷୀ ବାନ୍ଧିବା ଉଚିତ ନୁହେଁ। ଏହାଦ୍ୱାରା ମଧ୍ୟ ଅଶୁଭ ଫଳ ପ୍ରାପ୍ତି ହୋଇଥାଏ।
ପ୍ଲାଷ୍ଟିକ ରାକ୍ଷୀ – ଭାଇଙ୍କ ହାତରେ ପ୍ଲାଷ୍ଟିକରେ ପ୍ରସ୍ତୁତ ରାକ୍ଷୀ ମଧ୍ୟ ବାନ୍ଧିବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ଜୀବନରେ ର୍ଦୁଭାଗ୍ୟ ଆସିଥାଏ।
ଅଶୁଭ ଚିହ୍ନ ଥିବା ରାକ୍ଷୀ –
ଅନେକ ଲୋକେ ରାକ୍ଷୀ କିଣିବା ସମୟରେ ଚିହ୍ନ ପ୍ରତି ଧ୍ୟାନ ଦେଇନଥାଆନ୍ତି। ମାତ୍ର ଅଶୁଭ ଚିହ୍ନ ଥିବା ରାକ୍ଷୀ ଭାଇଙ୍କ ହାତରେ ବାନ୍ଧିବା ଉଚିତ ନୁହେଁ।ଏହା ମଧ୍ୟ ଅଶୁଭ ହୋଇଥାଏ।
ଭାଇଙ୍କ ହାତରେ ଭଗବାନଙ୍କ ଫଟୋ ଥିବା ରାକ୍ଷୀ ମଧ୍ୟ ବାନ୍ଧନ୍ତୁ ନାହିଁ। କାରଣ ଅଜାଣତରେ ରାକ୍ଷୀ ତଳେ ପଡ଼ିଗଲେ ଏଥିରେ ପାଦ ବାଜିବାର ସମ୍ଭାବନା ଥାଏ। ଏହାଦ୍ୱାରା ପାପ ଭୋଗିବାକୁ ପଡ଼ିଥାଏ। ତେଣୁ ଭଗବାନଙ୍କ ପ୍ରତିମା ଥିବା ରାକ୍ଷୀ ବାନ୍ଧନ୍ତୁ ନାହିଁ।

Comments are closed.