ରାଖି ଫେରାଉଛନ୍ତି ଭାଇ

କରୋନାର ପ୍ରକୋପରେ ସମ୍ପର୍କର ନିବିଡ଼ତା ମଧ୍ୟ ପ୍ରଭାବିତ ହେଲାଣି। ଆମ ଦେଶରେ ପ୍ରମୁଖ ପର୍ବମାନଙ୍କ ମଧ୍ୟରୁ ରାଖି ପୂର୍ଣ୍ଣମୀ ଅନ୍ୟତମ। ସବୁ ବର୍ଷ ରାଖି ପୁନେଇଁ ପୂର୍ବରୁ ବଜାର ସରଗରମ ହୋଇଥାଏ। ବିଭିନ୍ନ ଡିଜାଇନର ରାଖି ସହ ମିଠା ଦୋକାନମାନଙ୍କରେ ବେପାର ବଢ଼ିଥାଏ। ଏଥରକ କିନ୍ତୁ ବଜାରରେ କୌଣସି ଉଲ୍ଲାସ ଦେଖିବାକୁ ମିଳୁନାହିଁ। କରୋନା ଭୟରେ ଲୋକେ ଭୀତତ୍ରସ୍ତ ହୋଇଗଲେଣି। ମହାନଗରୀଗୁଡ଼ିକରେ କୋରିୟର୍ ଆଦାନପ୍ରଦାନ ଉପରେ କଟକଣା ହୋଇଥିବାବେଳେ କେ‌େ​‌ତକ ପ୍ରାନ୍ତରେ ଭାଇମାନେ ଏଥରକ ଭଉଣୀଙ୍କ ରାଖିକୁ ଫେରାଇ ଦେଉଥିବାର ଜଣାପଡ଼ିଛି। ଉତ୍ତରାଖଣ୍ଡର ନୈନିତାଲ୍ ଜିଲାର ଏକ ସହର ହେଉଛି ରାମନଗର। ସ୍ଥାନୀୟ ପୋଷ୍ଟମାଷ୍ଟରଙ୍କ କହିବାନୁସାରେ, ତାଙ୍କ ଡାକ ଅଫିସ୍‌ରୁ ପ୍ରତିଦିନ ୧୦୦ରୁ ଅଧିକ ରାଖି ପାର୍ସଲ୍ ଫେରସ୍ତ ଯାଉଛି। ଗତ ୪ଦିନ ମଧ୍ୟରେ ପାଖଆଖ ଅଞ୍ଚଳରୁ ୨,୫୦୦ ରାଖି ପ୍ୟାକେଟ୍ ଫେରସ୍ତ ଯାଇଥିବାର ଡାକ ଅଧିକାରୀ କହିଛନ୍ତି। ତାଙ୍କ ୩୪ ବର୍ଷ କାର୍ଯ୍ୟକାଳ ଭିତରେ ପ୍ରଥମଥର ଏଭଳି ଘଟଣା ଘଟୁଥିବାରୁ ସେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ପ୍ୟାକେଟ୍‌କୁ ସାନିଟାଇଜ୍ କରି ଅଫିସ୍‌ରୁ କର୍ମଚାରୀ ନେଉଛନ୍ତି, ହେଲେ ଲୋକ କରୋନା ଭୟରେ ପ୍ୟାକେଟ୍୍‌କୁ ସ୍ପର୍ଶ କରିବାକୁ ମଧ୍ୟ ଚାହୁଁନାହାନ୍ତି। ଏଥରକ ଭଉଣୀମାନେ ଇ-ରାଖି ପଠାଇବା ସବୁଠୁ ଉତ୍ତମ ମାଧ୍ୟମ ବୋଲି ଅନେକ ମତ ଦେଇଛନ୍ତି। n

Comments are closed.