ମାର୍ଚ୍ଚ ୨୬ରେ ୫୫ ରାଜ୍ୟ ସଭା ଆସନ ପାଇଁ ହେବ ନିର୍ବାଚନ, ଓଡ଼ିଶାର ୪

ନୂଆଦିଲ୍ଲୀ: ଆସନ୍ତା ମାର୍ଚ୍ଚ ୨୬ ତାରିଖରେ ୧୭ ରାଜ୍ୟର ୫୫ ରାଜ୍ୟ ସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ମଙ୍ଗଳବାର ନିର୍ବାଚନ କମିଶନଙ୍କ ପକ୍ଷରୁ ଏ ନେଇ ଘୋଷଣା କରାଯାଇଛି। ମାର୍ଚ୍ଚ ୬ ତାରିଖରେ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ ଏବଂ ୧୩ ତାରିଖ ନାମାଙ୍କନପତ୍ର ଦାଖଲର ଶେଷ ଦିନ ରହିବ। ପରେ ୨୬ ନିର୍ବାଚନ ହୋଇ ସେହିଦିନ ଗଣତି ହେବ। ୧୭ଟି ରାଜ୍ୟ ମଧ୍ୟରୁ ଓଡ଼ିଶାର ୪ଟି ଆସନରେ ନିର୍ବାଚନ ହେବ। ଆସନ୍ତା ଏପ୍ରିଲ ମାସରେ ଏହି ୫୫ଟି ଆସନ ଖାଲି ପଡ଼ିବ।

୧୭ ରାଜ୍ୟ ମଧ୍ୟରେ ରହିଛନ୍ତି ଓଡ଼ିଶା ସମେତ ମହାରାଷ୍ଟ୍ର, ତାମିଲନାଡୁ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଆସାମ, ବିହାର, ଛତିଶଗଡ଼, ଗୁଜରାଟ, ହରିୟାଣା, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ମଣିପୁର, ରାଜସ୍ଥାନ ଏବଂ ମେଘାଳୟ। ଗୁଜରାଟରେ ୪ଟି ରାଜ୍ୟସଭା ଆସନର କାର୍ଯ୍ୟକାଳ ଏପ୍ରିଲ ୯ରେ ଶେଷ ହେଉଥିବାବେଳେ ମହାରାଷ୍ଟ୍ର, ଓଡ଼ିଶା, ତାମିଲନାଡୁ ଏବଂ ପଶ୍ଚିମବଙ୍ଗରେ ଏପ୍ରିଲ ୨ ତାରିଖରେ ରାଜ୍ୟସଭା ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହେବ। ୫୫ ଆସନ ମଧ୍ୟରୁ ମହାରାଷ୍ଟ୍ରରେ ସର୍ବାଧିକ ୭, ତାମିଲନାଡୁରେ ୬, ପଶ୍ଚିମବଙ୍ଗ ଓ ବିହାରରେ ୫ଟି ଲେଖାଏ, ଗୁଜରାଟ ଏବଂ ଆନ୍ଧ୍ରପ୍ରଦେଶର ୪ଟି ଲେଖାଏ ଆସନ ରହିଛି।

Comments are closed.