୧୧ ସାଂସଦଙ୍କୁ ରାଜ୍ୟସଭାର ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ

ନଭେମ୍ବର ମାସରେ ଅବସର ନେଉଥିବା ୧୧ଜଣ ରାଜ୍ୟସଭା ସାଂସଦଙ୍କୁ ଆଜି ସଭାରେ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ସେମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ, ବିଜେପିର ନିରଜ ଶେଖର ଓ ଅରୁଣ ସିଂ, ସମାଜବାଦୀ ପାର୍ଟିର ପ୍ରଫେସର ରାମଗୋପାଳ ଯାଦବ ଓ ଜାଭେଦ ଅଲ୍ଲୀ ଖାଁ, କଂଗ୍ରେସର ରାଜ ବବର୍‍ ଓ ବି.ଏସ୍‍.ପି.ର ବୀର୍‍ ସିଂ ରହିଛନ୍ତି। ଆଜି ରାଜ୍ୟସଭାର କାର୍ଯ୍ୟଧାରା ଆରମ୍ଭ ହେବା ମାତ୍ରେ ଅଧ୍ୟକ୍ଷ ଭେଙ୍କିୟା ନାଇଡୁ ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡର ସେହି ସାଂସଦମାନେ ନଭେମ୍ବର ମାସରେ ଅବସର ଗ୍ରହଣ କରିବେ ବୋଲି ଘୋଷଣା କରିଥିଲେ।

ଅବସର ନେବାକୁ ଥିବା ସେହି ସଦସ୍ୟମାନଙ୍କ କାର୍ଯ୍ୟକୁ ପ୍ରଶଂସା କରି ସେମାନଙ୍କର ରାଜ୍ୟସଭା କାର୍ଯ୍ୟଧାରାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଥିବା ସେ କହିଥିଲେ। ସେମାନଙ୍କର ଅବସର ଗ୍ରହଣ ଯୋଗୁଁ ସଭାକକ୍ଷରେ ସେମାନଙ୍କର ଅନୁ ସ୍ଥିତିକୁ ଉପଲବ୍ଧି କରାଯିବ ବୋଲି ଅଧ୍ୟକ୍ଷ କହିଥିଲେ।

Comments are closed.