ଜୋର ଧରିଲା କୃଷି ଆଇନ ଉଛେଦ ପ୍ରସଙ୍ଗ, ରାଜ୍ୟସଭା ଅପରାହ୍ନ ୨ଟା ଯାଏଁ ମୁଲତବୀ

ଆଜି କୃଷି ଆଇନ ଉଛେଦ ପ୍ରସଙ୍ଗ ନେଇ ବିରୋଧୀ ସଦସ୍ୟଙ୍କ ଦ୍ୱାରା ପ୍ରବଳ ହଟ୍ଟଗୋଳ ଜାରି ରହିବା ଫଳରେ ରାଜ୍ୟସଭାକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟମାନେ କୃଷି ଆଇନକୁ ବିରୋଧ କରି ହଟ୍ଟଗୋଳ କରିଥିଲେ ଫଳରେ ପ୍ରଥମେ ଗୃହକାର୍ଯ୍ୟକୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା।

ବିରୋଧୀ ଦଳର ସଦସ୍ୟମାନଙ୍କ ଦ୍ୱାରା ପ୍ରବଳ ବିରୋଧକୁ ଲକ୍ଷ୍ୟ କରି ରାଜ୍ୟସଭା ଉପାଧକ୍ଷ ହରିବଂଶ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ସଂସଦର ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ସୋମବାରଠାରୁ ଆରମ୍ଭ ହୋଇଥିବା ବେଳେ ଗୃହରେ ଏକ ପ୍ରକାର ଅଚଳାବସ୍ଥା ଲାଗିରହିଛି।

Comments are closed.