ରାଫେଲ ପୂଜା ବିବାଦ ଉପରେ ରାଜନାଥଙ୍କ ମନ୍ତବ୍ୟ; କହିଲେ ପିଲାବେଳୁ ମାନିଆସିଛି କୌଣସି ମହାଶକ୍ତି ରହିଛି

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଫ୍ରାନ୍ସରୁ ପ୍ରଥମ ରାଫେଲ ଯୁଦ୍ଧ ବିମାନ ଆଣିବା ପରେ ଗୁରୁବାର ରାତିରେ ଭାରତ ଫେରିଛନ୍ତି। ତେବେ ସେଠାରେ ରାଫେଲକୁ ପୂଜା କରାଯିବାକୁ ନେଇ ଉଠିଥିବା ବିବାଦ ଉପରେ ପ୍ରତିରକ୍ଷା ମନ୍ତ୍ରୀ ନିଜର ମନ୍ତବ୍ୟ ରଖିଛନ୍ତି। ସେ କହିଛନ୍ତି, ମୁଁ ତାହା କରିଛି, ଯାହା ମୋତେ ଠିକ୍‌ ଲାଗିଲା। ମୋର ବିଶ୍ଵାସ ରହିଛି ଯେ, କିଛି ଗୋଟେ ମହାଶକ୍ତି ରହିଛି ଏବଂ ମୁଁ ଏହା ଉପରେ ପିଲାବେଳୁ ଭରସା କରିଆସିଛି। ମୁଁ ମାନୁଛି ଯେ, କଂଗ୍ରେସରେ ଏହା ଉପରେ ଭିନ୍ନ ମତ ରହିଥିବ। କିନ୍ତୁ ଜରୁରୀ ନୁହେଁ ଯେ ସମସ୍ତଙ୍କ ମତ ସମାନ ହେବ। ସୂଚନାଯୋଗ୍ୟ, ରାଜନାଥ ସିଂହ ଦଶହରା ଅବସରରେ ଫ୍ରାନ୍ସ ଗସ୍ତ କରି ସେଠାରୁ ପ୍ରଥମ ରାଫେଲ ଯୁଦ୍ଧ ବିମାନ ଆଣିଥିଲେ। ବିମାନ ଆଣିବା ପୂର୍ବରୁ ସେଠାରେ ପୂଜାର୍ଚ୍ଚନା କରିଥିଲେ। ଏହାକୁ ନେଇ କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳ ସମାଲୋଚନା କରିଥିଲେ।

Comments are closed.