ଏବିଭିପି ଓ ଉତ୍କଳ ବିପନ୍ନ ସହାୟତା ସମିତି ସହଯୋଗରେ ଛାତ୍ରଛାତ୍ରୀ ମାନଙ୍କୁ ପାଠ୍ୟ ସାମଗ୍ରୀ ବଣ୍ଟନ

ରାଜକନିକା : ମହାମାରୀ କରୋନା ପାଇଁ ସମଗ୍ରଦେଶ ଲକ୍ ଡାଉନ ହୋଇ ରହିଛି । ଏଭଳି ସ୍ଥିତିରେ ସମସ୍ତ ଶିକ୍ଷାନୁଷ୍ଠାନ ମଧ୍ୟ ବନ୍ଦ ରହିଛି । ଏହି ଲକ୍ ଡାଉନ ସମୟରେ ଘରେ ବସି ଛାତ୍ରଛାତ୍ରୀମାନେ କିପରି ଘରେ ବସି ପାଠ ସୁରୁଖୁରୁରେ ପାଠ ପଢିବେ ସେଥିପାଇଁ ସହାୟତା ଯୋଗାଇଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓ ଉତ୍କଳ ବିପନ୍ନ ସହାୟତା ସମିତି । ଏହି ଲକ୍ ଡାଉନ ସମୟରେ ଦୋକାନ ବଜାର ବନ୍ଦ ରହୁଥିବା କାରଣରୁ ଛାତ୍ରଛାତ୍ରୀ ମାନଙ୍କ ପାଖରେ ପାଠ୍ୟ ସାମଗ୍ରୀ ଉପଲବ୍ଧ ନଥିଲା । ଯାହା​‌ ଫଳରେ ଛାତ୍ରଛାତ୍ରୀମାନେ ବହୁ ଅସୁବିଧାରେ ସମ୍ମୁଖୀନ ହେଉଥିଲେ । ରବିବାର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓ ଉତ୍କଳ ବିପନ୍ନ ସହାୟତା ସମିତି ସହଯୋଗରେ ଛାତ୍ରଛାତ୍ରୀମାନଙ୍କୁ ଖାତା,କଲମ, ପେନସିଲ୍,ରବର ଇତ୍ୟାଦି ପାଠ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି । ଆଜି ପ୍ରଥମ ଦିନରେ ଏବିଭିପି ଓ ଉତ୍କଳ ବିପନ୍ନ ସହାୟତା ସମିତି ପକ୍ଷରୁ ରାଜକନିକା ବ୍ଲକର ବରାଡିଆ ଓ ତରାସ ଗ୍ରାମ ପଞ୍ଚାୟତର ଛାତ୍ରଛାତ୍ରୀମାନଙ୍କୁ ପାଠ୍ୟ ସାମଗ୍ରୀ ବଣ୍ଟନ କରାଯାଇଥିଲା ।

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓ ଉତ୍କଳ ବିପନ୍ନ ସହାୟତା ସମିତି ପକ୍ଷରୁ କରାଯାଇଥିବା ପାଠ୍ୟ ସମାଗ୍ରୀ ବଣ୍ଟନ କାର୍ଯ୍ୟକ୍ରମରେ ଏବିଭିପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭବାନୀ ଶଙ୍କର ଦାସ, ରାଜକନିକା ବ୍ଲକ ସଂଯୋଜକ ବିକ୍ରମ କେଶରୀ ରାଉତ ,ଦେବଜ୍ବୋତି ଜେନା ,ରାଜେଶ ବିଶ୍ଵାଳ ଓ ସୋଭାଗ୍ୟ ରଞ୍ଜନ ନାୟକ ପ୍ରମୁଖ ସହଯୋଗ କରିଥିଲେ । ଏବିଭିପି ଓ ଉତ୍କଳ ବିପନ୍ନ ସହାୟତା ସମିତିର ଏହି ସହଯୋଗ ଫଳରେ ଛାତ୍ରଛାତ୍ରମାନେ ପାଠ ପଢାପ୍ରତି ମନୋବଳାଇବେ ବୋଲି ସ୍ଥାନୀୟ ଅଞ୍ଚଳର କିଛି ଶିକ୍ଷକ ଓ ଅଭିଭାବକ ମତ ପ୍ରକାଶ କରିବା ସହ ସଙ୍ଗଠନର ଏହି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । ସଙ୍ଗଠନ ଏପରି କାର୍ଯକ୍ରମ ଆଗକୁ ଜାରି ରଖିବ ବୋଲି ସଙ୍ଗଠନର ବ୍ଲକ ସଂଯୋଜକ ବିକ୍ରମ କେଶରୀ ରାଉତ ମତ ପ୍ରକାଶ କରିଛନ୍ତି ।

Comments are closed.