ପ୍ରଦେଶ କଂଗ୍ରେସ ପକ୍ଷରୁ ରାଜୀବ ଗାନ୍ଧୀଙ୍କ ୭୬ ତମ ଜୟନ୍ତୀ ପାଳିତ

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭାରତରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ, ସ୍ୱର୍ଗତଃ ରାଜୀବ ଗାନ୍ଧୀଙ୍କ ୭୬ତମ ଜୟନ୍ତୀ କଂଗ୍ରେସ ଭବନ ଭୁବନେଶ୍ୱର ଠାରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ନେତୃବୃନ୍ଦ ରାଜୀବ ଭବନ ପରିସରରେ ଥିବା ରାଜୀବ ଗାନ୍ଧୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ। ପରେ କଂଗ୍ରେସ ଭବନ ପରିସରରେ ରାଜୀବ ଗାନ୍ଧୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ସମସ୍ତ ନେତୃବୃନ୍ଦ ସ୍ୱର୍ଗତଃ ଗାନ୍ଧୀଙ୍କୁ ଏକ ମହାମାନବୀୟ ଚିନ୍ତାଧାରାର ଜ୍ୱଳନ୍ତ ଉଦାହରଣ କହି ନିଜ ନିଜର ଶ୍ରଦ୍ଧାସୁମନ ଜ୍ଞାପନ କରିଥିଲେ। କାର୍ଯ୍ୟକ୍ରମରେ କଂଗ୍ରେସ ନେତୃବୃନ୍ଦ ହେମାନନ୍ଦ ବିଶ୍ୱାଳ, ରାମଚନ୍ଦ୍ର ଖୁଂଟିଆ, ଜୟଦେବ ଜେନା, ଶରତ ପଟ୍ଟନାୟକ, ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, ଶୁଭେନ୍ଦୁ ମହାନ୍ତି, କିଶୋର ଜେନା, ମନୋରଞ୍ଜନ ଦାଶ, ରଶ୍ମି ମହାପାତ୍ର, ଜାନକୀ ବଲ୍ଲଭ ପଟ୍ଟନାୟକ, ବିଶ୍ୱଜିତ୍ ଦାସ, ବିପିନ୍ ଦାସ, ମାନସ ଆଚାର୍ଯ୍ୟ, ଚିନ୍ମୟ ସୁନ୍ଦର ଦାସ, ଲିଙ୍ଗରାଜ ସାହୁ, ଦୀପକ ସାହୁ, ଜ୍ୟୋତିଷ ସାହୁ, ପ୍ରଣତି ମିଶ୍ର, ପ୍ରକାଶ ମିଶ୍ର, ଦୀପକ ମହାପାତ୍ର, ସୁଶାନ୍ତ ତ୍ରିପାଠୀ, ଜୟକୃଷ୍ଣ ମଲିଆ, ରାଜକିଶୋର ବାରିକ, ସତ୍ୟବ୍ରତ ନାୟକ, ରଜନୀ ମହାନ୍ତି, ଅମିତା ବିଶ୍ୱାଳ, ସଂଜୀବ ମହାନ୍ତି, ସଂଜୟ ମିଶ୍ର, ସଂକୁନା କହଁର, ରଂଜିତ୍ ପାତ୍ର, ଅଜୟ ସାହୁ, ସ୍ୱାଗତ କର, ମହମ୍ମଦ ଶାହାଦୁଲ୍ଲା, କୁଳମଣି ସାହୁ, ଆଲୋକ ମହାନ୍ତି, ମୁନି ଥାପା, ମନୋଜ କୁମାର ସାହୁ, ସୁବାସ ପ୍ରଧାନ ପ୍ରମୁଖ ବହୁ
କଂଗ୍ରେସ କର୍ମୀ ଅଂଶଗ୍ରହଣ କରିଥିଲେ।ଏହି ଅବସରରେ କିଷାନ ସେଲ୍ଫ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକଙ୍କ ସଂଯୋଜନାରେ କଂଗ୍ରେସ ଭବନ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।