ମୋଦୀଙ୍କ ପରେ ‘ମ୍ୟାନ୍‌ ଭର୍ସେସ୍‌ ୱାଇଲ୍ଡ’ରେ ରଜନୀକାନ୍ତ

ନୂଆଦିଲ୍ଲୀ: ଡିସ୍କଭରି ଚ୍ୟାନେଲରେ ପ୍ରସାରିତ ହେଉଥିବା ବେୟର ଗ୍ରୀଲ୍ସଙ୍କ ‘ମ୍ୟାନ୍‌ ଭର୍ସେସ୍‌ ୱାଇଲ୍ଡ’ ଶୋ ବେଶ୍ ଲୋକପ୍ରିୟ। ଗତବର୍ଷ ଏହି ଶୋ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମିଲ ହୋଇଥିଲେ ଓ ସେହି ଏପିସୋଡ଼କୁ ସମସ୍ତେ ଖୁବ୍ ପସନ୍ଦ କରିଥିଲେ। ଏବେ ଏହି ଶୋରେ ଦକ୍ଷିଣ ଭାରତୀୟ ସିନେଜଗତର ସୁପରଷ୍ଟାର ରଜନୀକାନ୍ତ ସାମିଲ ହେବାକୁ ଯାଉଛନ୍ତି। କର୍ଣ୍ଣାଟକ ବନ ବିଭାଗ ଏନେଇ ସୂଚନା ଦେଇଛି।

ମିଳିଥିବା ଖବର ଅନୁସାରେ, ରଜନୀକାନ୍ତଙ୍କ ସହ ବେୟର ଗ୍ରୀଲ୍ସଙ୍କ ଏହି ଶୋ’ର ଶୁଟିଂ କର୍ଣ୍ଣାଟକର ବାନ୍ଦିପୁର ଜଙ୍ଗଲରେ ଆରମ୍ଭ ହୋଇଯାଇଛି। ତିନି ଦିନ ଧରି ଏହି ଶୁଟିଂ ଚାଲିବ।

ସୂଚନାଯୋଗ୍ୟ, ପୂର୍ବ ଥର ମୋଦୀଙ୍କ ଏପିସୋଡ଼ ଉତ୍ତରାଖଣ୍ଡର ଜିମ କାର୍ବେଟ୍ ପାର୍କରେ ଶୁଟିଂ କରାଯାଇଥିଲା।

Comments are closed.