ରାଜେଶ ବର୍ମା ରାଷ୍ଟ୍ରପତି ମୁର୍ମୁଙ୍କ ସଚିବ ନିଯୁକ୍ତ

ନୂଆଦିଲ୍ଲୀ : ବରିଷ୍ଠ ଆଇଏଏସ୍ ଅଫିସର ରାଜେଶ ବର୍ମାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ୧୯୮୭ ବ୍ୟାଚ୍ ଓଡ଼ିଶା କ୍ୟାଡର ଆଇଏଏସ୍‌ଙ୍କ ନିଯୁକ୍ତିକୁ କ୍ୟାବିନେଟ କମିଟି (ନିଯୁକ୍ତି ବ୍ୟାପାର) ଅନୁମୋଦନ କରିଛି । ଶ୍ରୀ ବର୍ମା ଏବେ କେନ୍ଦ୍ର ସରକାରଙ୍କ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟର ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ଏହା ସହିତ ଆର୍ଥିକ ସେବା ବିଭାଗର ଅତିରିକ୍ତ ଦାୟିତ୍ବରେ ଅଛନ୍ତି । ଅତୀତରେ ସେ ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରିଥିଲେ।

Comments are closed.