ବାହାଘର ପାଇଁ ମନା କରିବାରୁ କନ୍ୟାପିତାଙ୍କ ନାକ କାଟିଦେଲେ

ଜୟପୁର(ରାଜସ୍ଥାନ) – ରାଜସ୍ଥାନର ବାରମେର୍‌ରେ ଏକ ଅଭାବନୀୟ ଘଟଣା ଘଟିଛି । ବାହାଘର ପାଇଁ ମାନା କରିବାରୁ କନ୍ୟାପିତାଙ୍କ ନାକ କାଟି ଦେଇଛନ୍ତି ଦୁର୍ବୃତ୍ତ । କମଲ ସିଂ ଭଟ୍ଟି ନାମକ ବ୍ୟକ୍ତି ତାଙ୍କ ଝିଅର ବାହାଘର ତାଙ୍କ ସମ୍ପର୍କୀୟଙ୍କ ଘରେ ସ୍ଥିର କରିଥିଲେ । ସେଠାରେ ତାଙ୍କର ଝିଆରି ମଧ୍ୟ ପୂର୍ବରୁ ବିବାହ କରିଥିଲେ । ମାତ୍ର ତାଙ୍କ ଝିଆରିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆସିଥିଲା । ଏହାପରେ ଭଟ୍ଟି ସେଠାରେ ବିବାହ ପ୍ରସ୍ତାବ ଭାଙ୍ଗି ଦେଇଥିଲେ ।

ବିବାହ ପ୍ରସ୍ତାବ ଭାଙ୍ଗିଯାଇଥିବା ଶୁଣି ବର ଘର ଲୋକ ଉତ୍ତେଜିତ ହୋଇଯାଇଥିଲେ । ଏଥିରେ ବର ଘରର ସମ୍ପର୍କୀୟମାନେ ଝାପି ନାମ ଗାଁରେ କମଲ ସିଂ ଭଟ୍ଟିଙ୍କୁ ଭେଟିଥିଲେ । ସେଠାରେ ସେ ତାଙ୍କର ନାକ କାଟି ଦେଇଥିଲେ । ଏହା ସହ ବାଡି ଏବଂ ଅନ୍ୟ ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲେ ।

ଗୁରୁତର ଅବସ୍ଥାରେ ଭଟ୍ଟିଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ପୁଲିସ ଏହି ଘଟଣାରେ ହତ୍ୟା ଉଦ୍ୟମ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

Comments are closed.