ରାଜନୀତି କରିବେନି ରଜନୀକାନ୍ତ

ଚେନ୍ନାଇ: ତାମିଲ ସୁପରଷ୍ଟାର ରଜନୀକାନ୍ତ ନୂଆବର୍ଷରୁ ରାଜନୀତିରେ ପ୍ରବେଶ କରିବେ ବୋଲି ପୂର୍ବରୁ ଘୋଷଣା କରିଥିଲେ। କିନ୍ତୁ ଏବେ ସେ ନିଷ୍ପତ୍ତି ବଦଳାଇଛନ୍ତି। ସେ ଆଉ ରାଜନୀତିରେ ଯୋଗଦେବେ ନାହିଁ ବୋଲି ମଙ୍ଗଳବାର ଘୋଷଣା କରିଛନ୍ତି। ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ରଜନୀକାନ୍ତ ଏହା କହିଛନ୍ତି। ଯଦିଓ ସେ ରାଜନୀତିରେ ପ୍ରବେଶ କରୁନାହାନ୍ତି, କିନ୍ତୁ ସେ ଲୋକଙ୍କ ପାଇଁ କାମ କରିବା ଜାରି ରଖିବେ।

ସୂଚନାଯୋଗ୍ୟ, ରଜନୀକାନ୍ତ ରାଜନୀତିରେ ସକ୍ରିୟ ରହିବା ଲାଗି ଦଳ ଗଠନ କରିବେ ବୋଲି ଗତ ୩ ତାରିଖରେ ଘୋଷଣା କରିଥିଲେ। ଆସନ୍ତା ୩୧ ତାରିଖରେ ସେ ଦଳ ସମ୍ପର୍କରେ ଘୋଷଣା କରିବେ ଏବଂ ନୂଆବର୍ଷରେ ଏହାର ଶୁଭାରମ୍ଭ କରିବେ ବୋଲି କହିଥିଲେ। ୨୦୨୧ ବିଧାନସଭା ନିର୍ବାଚନରେ ତାଙ୍କ ଦଳ ପ୍ରାର୍ଥୀ ଦେବ ବୋଲି ସେ କହିଛନ୍ତି। କିନ୍ତୁ ଏଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ନିକଟରେ ସେ ଉଚ୍ଚ ରକ୍ତଚାପ ଯୋଗୁ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହା ପରେ ମଙ୍ଗଳବାର ସେ ଏପରି ଘୋଷଣା କରିଛନ୍ତି।

Comments are closed.