ରାଜନଗର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ କାୟାକଳ୍ପ ପ୍ରତିନିଧି

ପାଟଣା : ପାଟଣା ବ୍ଲକ୍ ଅନ୍ତର୍ଗତ ତୁରୁମୁଙ୍ଗା ଓ ରାଜନଗର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଜି କାୟାକଳ୍ସ ଟିମ୍ ପରିଦର୍ଶନ କରିଛନ୍ତି । ଡାକ୍ତରଖାନାର ସ୍ୱଚ୍ଛତା, ପରିମଳ ବ୍ୟବସ୍ଥା, ରୋଗୀ ସେବା ଆଦି ବିବିଧ କ୍ଷେତ୍ରର ଦାୟିତ୍ଵବୋଧ ପୂରଣ କରିବାରେ ଓ ରାଜନଗର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର କେତେ ଅଗ୍ରଗତି କରିଛି ଏହାର ତଥ୍ୟ ସଂଗ୍ରହ କରିଛି କାୟାକଳ୍ପ ଟିମ୍। କାୟାକଳ୍ପ ଟିମକୁ ଡାକ୍ତରଖାନାର ଡାକ୍ତର କରୁଣା କର ବେହେରା, ଆୟୁଷ ଡ଼ାକ୍ତର ସଂଘମିତ୍ରା ପ୍ରଧାନ, ଫାର୍ମାସିଷ୍ଟ କିରାଣୀ କର ମହାନ୍ତ, ସ୍ବାସ୍ଥ୍ୟକର୍ମୀ ପଙ୍କଜିନି ନାୟକ ପରିଦର୍ଶୀକା ଏଲ.ଟି ଅମରେନ୍ଦ୍ର ନାଏକ, ପଞ୍ଚାନନ ମାଟିଆ ଓ ନିବେଦିତା ଜେନା ପ୍ରମୁଖ ପରିଦର୍ଶନଗତ ସହଯୋଗ ଦେଇଥିଲେ। ସେହିପରି ତୁରୁମୁଙ୍ଗା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଆଜି ପୂର୍ବାହ୍ନରେ ଡିଏଚ୍ଏଚରୁ ଅଭିଷେକ ଷଡ଼ଙ୍ଗୀଙ୍କ ନେତୃତ୍ବରେ କାୟାକଳ୍ପ ଟିମ୍ ପରିଦର୍ଶନ କରିଛି । ଡ଼ାକ୍ତରଖାନାରେ ଫାର୍ମାସିଷ୍ଟ ଅଜୟ କୁମାର ସାହୁ, ଯଦୁମଣି ଲେଙ୍କା ଓ ହୃଦାନନ୍ଦ କାରୁଆ ପ୍ରମୁଖ ଟିମକୁ ସ୍ଵାଗତ କରିଥିଲେ ।

Comments are closed.