ଆସିଛି ରଜ ସାଙ୍ଗରେ ଆଣିଛି ଖୁବ ମଉଜ

ପର୍ବପର୍ବାଣି ଆସିଲା ମାତ୍ରେ ଘରେ ଘରେ ଖୁସିର ବାତାବରଣ ଖେଳିଯାଏ। ସମସ୍ତ ପର୍ବପର୍ବାଣିର କିଛି ସ୍ୱତନ୍ତ୍ରତା ଓ ଶୈଳୀ ରହିଛି। ସେଭଳି କେତେକ ପର୍ବ ମଧ୍ୟରୁ ଓଡ଼ିଶାର ଏକ ମୁଖ୍ୟ ପାରମ୍ପରିକ ଗଣ ପର୍ବ ହେଉଛି ରଜ। ମୁଖ୍ୟତଃ ୩ ଦିନ ଧରି ଏହା ମହାଆନନ୍ଦରେ ପାଳନ କରାଯାଇଥାଏ। ରଜର ୨ୟ ଦିନ ରଜ ସଂକ୍ରାନ୍ତି ବା ମିଥୁନ ସଂକ୍ରାନ୍ତି। ଏହାପରେ ବର୍ଷା ଋତୁ ଆରମ୍ଭ ହୁଏ। ରଜରେ ନୂତନ ପୋଷାକ, ଭିନ୍ନ ଭିନ୍ନ ସୁଆଦିଆ ପିଠାପଣା ସାଙ୍ଗକୁ ଭଳି କି ଭଳି ଖେଳ ଏହି ପର୍ବର ମହତ୍ୱକୁ ଦ୍ୱିଗୁଣିତ କରି ଦେଇଥାଏ।

କୁମାରୀକନ୍ୟାମାନେ ଏହି ୩ ଦିନ ଯାକ ବିଭିନ୍ନ ଖେଳ ଯେପରି ଲୁଡ଼ୁ, ପୁଚି, ରଜ ଦୋଳି ଖେଳି ଥାଆନ୍ତି। ଖାଲି କୁମାରୀ କନ୍ୟାମାନେ ନୁହେଁ ବରଂ ପୁଅମାନେ ମଧ୍ୟ ଲୁଡ଼ୁ, ତାସ୍, ବାଗୁଡ଼ି ଆଦି ଖେଳିଥାଆନ୍ତି। ବିଶେଷକ କରି ଗାଁମାନଙ୍କରେ ଥିବା ଚାନ୍ଦିନୀ, ବଗିଚା ଆଦି ସ୍ଥାନରେ ଯୁବକ ଓ ଅନ୍ୟମାନେ ଏକାଠି ହୋଇ ଏହି ସମସ୍ତ ଖେଳ ଥାଆନ୍ତି। ପୁରପଲ୍ଲୀ ସବୁଆଡ଼େ ରଜ ସମୟରେ ଆନନ୍ଦ ଉଲ୍ଲାସରେ ଭରିଯାଇଥାଏ।

Comments are closed.