ଆଜି ବସୁମତୀ ସ୍ନାନ

ଭୁବନେଶ୍ବର: ପ୍ରତିବର୍ଷ ପରି ମୌସୁମି ଆଗମନରେ ରଜ ଆସିଲା, ଗଲା। ମିଳିଲାନି ମଉଜ, ବିରାଟ ଶୂନ୍ୟତା ଭିତରେ ଜିଇଁ ରହିଲା ପରମ୍ପରା। ଧରିତ୍ରୀ ଏବଂ ବର୍ଷାର ମିଳନରେ ରଜସ୍ବଳା ହୋଇଥିଲେ ବସୁମାତା। ଧରା ପୃଷ୍ଠରୁ ମଙ୍ଗଳବାର ବିଦାୟ ନେଇଛି ଉତ୍କଳର ଏହି ମହାନ ପରମ୍ପରା। ପୁଣି ଆର ବରଷକୁ ଅପେକ୍ଷା। ତେବେ ଶେଷ ରଜରେ କିଛି ଲୋକ ପିଲାଛୁଆଧରି ବିଭିନ୍ନ ସ୍ଥାନକୁ ବୁଲିବାକୁ ବାହାରିଥିଲେ।

ବୁଧବାର ବସୁମତୀ ସ୍ନାନ। ନୂଆ ପିଢ଼ା, ନୂଆଲୁଗା, ହଳଦୀ, ଶିଳପୁଆ, ଲଙ୍ଗଳ ଲୁହା, ଚନ୍ଦନ, ସିନ୍ଦୂର ଏମିତିକି ଯେତେ ଯେତେ ଉପଯୋଗୀ ଉପଚାର ଭୂମିପୂଜା ପାଇଁ ଲୋଡ଼ା (ସେ ସବୁ ପ୍ରତୀକାତ୍ମକ) ସମସ୍ତ ଜିନିଷ ଯୋଗାଡ଼ କରାଯାଇଛି। ବର୍ଷର ଏହି ସନ୍ଧିକାଳରେ ମାଟି ମାଆକୁ ସୁଖ ଦେବା ଲାଗି ରଜପର୍ବର ପରିକଳ୍ପନା।

ରଜପାନ ମଜା ନିଆରା: ଶେଷ ଦୁଇଦିନରେ କିଛିଟା ଆନନ୍ଦ ଭରିଦେଇଥିଲା। କିଛି ପାନ ଦୋକାନୀ ପରମ୍ପରାକୁ ରକ୍ଷା କରିବା ପାଇଁ ରଜପାନ ବିକ୍ରି କରିଥିଲେ। ଯଦିଓ ସେତେଟା ବିକ୍ରି ହୋଇନଥିଲା ତଥାପି ରଜପାନ ମଜା ନିଆରା। ବିଭିନ୍ନ ପ୍ରକାର ମିଠା ମସଲା ମଗାଇ ରଜପାନ କରୁଛନ୍ତି ପାୱାରହାଉସ ନିକଟସ୍ଥ ନିର୍ମାଣ ସୌଧ ସାମ୍ନା ଟୁକୁନା ପାନ ଦୋକାନୀ। ସେ ବନାରସ ମିଠା ମସଲା ପାନ ରଜରେ ଭେଟି ଦେଉଛନ୍ତି ଗରାଖଙ୍କୁ। କରୋନା କଟକଣା ଯୋଗୁଁ ରାସ୍ତାକଡ଼ ଏବଂ ହାଟବଜାରରେ ସେତେଟା ରଜପାନ ପସରା ଲାଗିନାହିଁ।

Comments are closed.