ନୂଆଦିଲ୍ଲୀରେ ଆରମ୍ଭ ହେଲା ରାଇସିନା କଥାବାର୍ତ୍ତା

ନୂଆଦିଲ୍ଲୀ: ଭାରତର ପ୍ରମୁଖ ଆନ୍ତର୍ଜାତିକ ସମ୍ମିଳନୀ ରାଇସିନା କଥାବାର୍ତ୍ତା ଆଜି (ମଙ୍ଗଳବାର) ସନ୍ଧ୍ୟାରେ ନୂଆଦିଲ୍ଲୀରେ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଉଦ୍‍ଘାଟନୀ ଅଧିବେଶନରେ ଯୋଗ ଦେଇଛନ୍ତି। ଉଦ୍‍ଘାଟନୀ ଅଧିବେଶନର ନାମ Navigating the Alpha Century ରହିଛି। ବିଶ୍ୱ ସମ୍ମୁଖୀନ ହେଉଥିବା ଭୂ-ରାଜନୈତିକ ଓ ଭୂ-ଅର୍ଥନୈତିକ ସଂକ୍ରାନ୍ତ ବଡ଼ବଡ଼ ପ୍ରତିବନ୍ଧକଗୁଡ଼ିକ ଉପରେ ୭ ଜଣ ପୂର୍ବତନ ରାଷ୍ଟ୍ର ମୁଖ୍ୟ ସେମାନଙ୍କର ମତ ଆଦାନ ପ୍ରଦାନ କରିବେ। ସେମାନଙ୍କ ମଧ୍ୟରେ ନ୍ୟୁଜିଲାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ ହେଲେନ କ୍ଲାର୍କ, ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ହମିଦ କରଜାଇ, ସ୍ୱେଡେନର ପୂର୍ବତନ ପ୍ରଧାନମନ୍ତ୍ରୀ କାର୍ଲ ବିଲଦ, ଡେ଼ନମାର୍କର ପୂର୍ବତନ ପ୍ରଧାନମନ୍ତ୍ରୀ ଆଣ୍ଡରସ ଫୋ, ଭୁଟାନର ପ୍ରଧାନମନ୍ତ୍ରୀ ଏବଂ ଦକ୍ଷିଣ ଆଫ୍ରିକାର ପୂର୍ବତନ ପ୍ରଧାନମନ୍ତ୍ରୀ ପ୍ରମୁଖ ରହିଛନ୍ତି।

ଏହି ସମ୍ମାନଜନକ କାର୍ଯ୍ୟକ୍ରମ ଏଥରକୁ ମିଶାଇ ପଞ୍ଚମ ଥର ପାଇଁ ଅନୁଷ୍ଠିତ ହେଉଛି ଓ ବୈଦେଶିକ ମନ୍ତ୍ରଣାଳୟ ଏବଂ ଅବଜର୍ଭର ରିସର୍ଚ୍ଚ ଫାଉଣ୍ଡେସନ ଦ୍ୱାରା ମିଳିତ ଭାବେ ଏହାର ଆୟୋଜନ କରାଯାଇଛି। ଇରାନ୍‍ ବୈଦେଶିକ ମନ୍ତ୍ରୀ ମହମ୍ମଦ ଜାବାଦ ଜରିଫ୍‍ ଆଜିଠାରୁ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ରାଇସିନା କଥାବାର୍ତ୍ତାରେ ଅଂଶଗ୍ରହଣ କରିବେ। ଇରାନର ସରକାରୀ ସମ୍ବାଦ ସଂସ୍ଥା କହିଛି, ଇରାନ୍‍ ବୈଦେଶିକ ମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଦିଲ୍ଲୀ ଯାତ୍ରା କରୁଛନ୍ତି।

Comments are closed.