ଆସୁଛି ଆଉ ଏକ ଲଘୁଚାପ ; ପୁଣି ବର୍ଷାରେ ଭିଜିବ ଓଡିଶା

ଭୁବନେଶ୍ୱର : ଲଘୁଚାପ ପରେ ଲଘୁଚାପ। ଗତ କିଛି ମାସ ମଧ୍ୟରେ ୩ରୁ ଅଧିକ ଳଘୁଚାପ ଫଳରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ଲାଗି ରହିଥିଲା। ଏହା ମଧ୍ୟରେ ଆସନ୍ତା ୨୦ ତାରିଖରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ସମ୍ଭାବନା ରହିଛି। ଲଘୁଚାପ ସମ୍ଭାବନା ନେଇ ଆଜି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି। ସେପ୍ଟେମ୍ବର ୧୮ ବେଳକୁ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସହ ୧୮ରେ ଦକ୍ଷିଣ ଓଡିଶାରେ ଓ ୧୯ରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ। ୧୯ରେ ରାଜ୍ୟରେ ବିସ୍ତୃତ ବର୍ଷା ସହ ବର୍ଷାର ପରିମାଣ ବଢିବ ବୋଲି ସୂଚନା ମିଳିଛି।

 

 

Comments are closed.