ଅଦିନିଆ ବର୍ଷା ଓ କୁଆପଥର ମାଡରେ ପନିପରିବା ଫସଲ ନଷ୍ଟ

ରାମନାଗୁଡା :  ଅଦିନିଆ ବର୍ଷା ଓ କୁଆପଥର ମାଡ ଯୋଗୁଁ ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ନାରାୟଣଗୁଡାରେ ପନିପରିବା ଚାଷ କ୍ଷତିଗ୍ରସ୍ତ ହୋଇଛି। ଗତକାଲି ସନ୍ଧ୍ୟା ସମୟରେ ପ୍ରବଳ ଜୋରରେ ବର୍ଷାସାଙ୍ଗକୁ କୁଆପଥର ମାଡଯୋଗୁଁ ଟମାଟୋ, ମକା, ଅଲଡି, ତରଭୁଜ, ଫୁଲକୋବି, ବାଇଗଣ, ଲଙ୍କା ଭଳି ବିଭିନ୍ନ ପନିପରିବା ଫସଲ ନଷ୍ଟ ହୋଇଥିବା ଚାଷୀ ଅଭିଯୋଗ କରିଛନ୍ତି।ତେବେ ନାରାୟଣ କଲୋନୀରେ କେଶପରୀ ଶବରଙ୍କ ଘର ଭାଙ୍ଗି ଯାଇଥିବା ଜଣାପଡିଛି।
ସେହିପରି ନାରାୟଣଗୁଡା ଗ୍ରାମରେ ପନିପରିବା ଚାଷୀ ଉମା ଗମାଙ୍ଗ ୩ଏକର ପରିମିତ ଅଞ୍ଚଳରେ ପନିପରିବା ଚାଷକାର୍ଯ୍ୟ କରିଥିବା ବେଳେ କୁଆପଥର ମାଡ଼ରେ ଫସଲ ସଂପୂର୍ଣ୍ଣ ନଷ୍ଟ ହୋଇଛି। ଯଥାଶୀଘ୍ର କ୍ଷତିଗ୍ରସ୍ତ ଫସଲ କ୍ଷୟକ୍ଷତି ଆକଳନ କରାଯାଇ କ୍ଷତିପୂରଣ ପ୍ରଦାନ ପାଇଁ ଚାଷୀ ଦାବି କରିଛନ୍ତି।

Comments are closed.