ଟ୍ୱିନ ସିଟିରେ ବର୍ଷା ; ଘରେ ଘରେ ପାଣି

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସ୍ଥାନ ସହ ଟ୍ୱିନ ସିଟିରେ ପ୍ରବଳ ବର୍ଷା ହୋଇଛି। ବର୍ଷା ପାଣି କଟକ ଓ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ଜମି ଥିବା ସହ ନିଷ୍କାସନ ପ୍ରକ୍ରିୟା ଆରମ୍ଭ ହୋଇଛି।
କଟକର ବିଭିନ୍ନ ତଳିଆ ଅଞ୍ଚଳ ସହ ଭୁବନେଶ୍ୱରର ନୟାପଲ୍ଲୀ,ଇସ୍କନ ସମ୍ମୁଖ ଭଳି ବିଭିନ୍ନ ସ୍ଥାନରେ ପାଣି ଜମି ରହିଛି।

ଜୁନ ୧ ରୁ ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୧୫୬.୬ ମିମି ବର୍ଷା ରେକର୍ଡ କରାଯାଇଛି। ସ୍ୱାଭାବିକ ୧୪୬.୮ ମିମି ଠାରୁ ୭% ଅଧିକ ବର୍ଷା ରେକର୍ଡ କରାଯାଇଛି। ୭ରେ ନିଅଣ୍ଟିଆ,୩ରେ ସ୍ୱାଭାବିକ ଠାରୁ ଅତ୍ୟଧିକ ଓ ୧୧ ଜିଲାରେ ସ୍ୱଭାବିକ ବର୍ଷା ହୋଇଛି। ପୁରୀ,ସୁନ୍ଦରଗଡ ଓ କୋରାପୁଟ ଜିଲାରେ ସ୍ୱାଭାବିକ ଠାରୁ ଅତ୍ୟଧିକ ବର୍ଷା ହୋଇଛି। ରାୟଗଡା,ଗଞ୍ଜାମ,ଗଜପତି,ଯାଜପୁର,ଭଦ୍ରକରେ ନିଅଣ୍ଟିଆ ବର୍ଷା ରେକର୍ଡ଼ ହୋଇଛି। କନ୍ଧମାଳ ଓ କେନ୍ଦୁଝର ଆଦି ୭ ଜିଲାରେ ସ୍ୱାଭାବିକ ଠାରୁ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି। ସୁନ୍ଦରଗଡରେ ସର୍ବାଧିକ ୨୪୭.୨ ମିମି,ଗଞ୍ଜାମରେ ସର୍ବନିମ୍ନ ୭୪.୯ ମିମି ବର୍ଷା ରେକର୍ଡ଼ ହୋଇଛି।

Comments are closed.