୧୩ରେ ଲଘୁଚାପ; ୧୨ରୁ ବର୍ଷା

ଭୁବନେଶ୍ୱର : ଗାଙ୍ଗେୟ ପଶ୍ଚୀମବଙ୍ଗ ଓ ସଂଲଗ୍ନ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆସନ୍ତା ୧୩ ତାରିଖରେ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଓ ଆନ୍ଧ୍ର ଉପକୂଳରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଆସନ୍ତାକାଲି ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ କେନ୍ଦୁଝରରେ ଘଡ଼ଘଡ଼ି ଓ ବିଜୁଳି ସହିତ ବର୍ଷାର ସମ୍ଭାବନା ଅଛି। ତେବେ ରବିବାର ଦିନ ବର୍ଷାର ପରିମାଣ ବୃଦ୍ଧି ପାଇବ।

ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ଗଞ୍ଜାମ, ରାୟଗଡ଼ା, କନ୍ଧମାଳ ଓ ଗଜପତି ଜିଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ୧୪ ତାରିଖ ସକାଳ ଯାଏଁ ବର୍ଷାର ପ୍ରକୋପ ଲାଗି ରହିବ। ତେବେ ଲଘୁଚାପ ପ୍ରଭାବରେ ରାଜ୍ୟରେ ବିଶେଷ ଅଧିକ ବର୍ଷାର ସମ୍ଭାବନା କମ୍‍। ଗତ ୨୪ ଘଣ୍ଟାରେ ତାଳଚେରରେ ସର୍ବାଧିକ ୫୫ ମିମି ବର୍ଷା ହୋଇଥିବା ବେଳେ କୋରାପୁଟରେ ୪୦.୮ ମିମି, ରାୟଗଡ଼ାରେ ୧୯ ମିମି, ସମ୍ବଲପୁରରେ ୧୩.୪ ମିମି ବର୍ଷା ହୋଇଛି।

Comments are closed.