୧୩ରେ ଆଉ ଏକ ଲଘୁଚାପ

ଭୁବନେଶ୍ୱର : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି। ଗୁରୁବାର ଅପରାହ୍ନ ସୁଦ୍ଧା ଅନେକ ସ୍ଥାନରେ ହାଲୁକା ଓ ମଧ୍ୟମ ବର୍ଷା କିମ୍ବା ବ୍ରଜପାତ ହେବାର ସମ୍ଭାବନା ଅଛି। ତେବେ ଆସନ୍ତା ୧୩ ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପର ସମ୍ଭାବନା ରହିଛି। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ କାଲି ୧୦ରୁ ଅଧିକ ଜିଲାରେ ଘଡ଼ଘଡ଼ି ସହ ବର୍ଷା ହେବ। ୧୨ ତାରିଖ ବେଳକୁ ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ନବରଙ୍ଗପୁରରେ ପ୍ରବଳ ବର୍ଷା ହୋଇପାରେ। ୧୩ ତାରିଖରେ ଅନୁରୂପ ପାଗ ଲାଗି ରହିବ।

ପ୍ରଫେର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ୧୨ ତାରିଖରେ ଓଡ଼ିଶାର ଦକ୍ଷିଣରେ ପଶ୍ଚିମକେନ୍ଦ୍ର ବଙ୍ଗୋପସାଗ ଉପରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବ। ୧୩ରେ ଏହା ଆନ୍ଧ୍ରପ୍ରଦେଶ ଉପକୂଳ ଉପରେ ଲଘୁଚାପର ରୂପ ନେବ। ୧୪ ତାରିଖରେ ଏହା ମୁଖ୍ୟତଃ ମହାରାଷ୍ଟ୍ର ଓ ମଧ୍ୟପ୍ରଦଶ ଉପରେ ରହିବ। ତେବେ ଏଥିଯୋଗୁଁ ଓଡ଼ିଶାରେ କମ୍‍ ବର୍ଷା ହେବ। ୧୩ ତାରିଖରେ ଗୋପାଳପୁର ଠାରୁ ବଲାଙ୍ଗିର ସଂଯୋଗ କରୁଥିବା ସରଳରେଖାର ଦକ୍ଷିଣରେ ମଧ୍ୟମ ଧରଣର ବର୍ଷା ହୋଇପାରେ। ୧୪ ତାରିଖରେ କୋରାପୁଟ, ମାଲକାନଗିରିରେ ଅଧିକ ବର୍ଷା ହେବାର ସମ୍ଭାବନା ଅଛି। ତେବେ ୧୧ ତାରିଖ ବେଳକୁ ଏନେଇ ଅଧିକ ସ୍ପଷ୍ଟ ତଥ୍ୟ ମିଳିପାରିବ ବୋଲି ଡଃ. ପଶୁପାଳକ କହିଛନ୍ତି।

Comments are closed.