ମହାରାଷ୍ଟ୍ରରେ ବଦଳିଲା ସ୍ଥିତି ; ୬ ଜିଲାରେ ବର୍ଷାର ତାଣ୍ଡବ ; ରାୟଗଡରେ ୫ ମୃତ , ୩୦ ନିଖୋଜ

ମୁମ୍ବଇ : ମହରାଷ୍ଟ୍ରର ତଥା ଦେଶର ଆର୍ଥିକ ରାଜଧାନୀ ମୁମ୍ବଇର ମାଙ୍ଗଲୀ, ଅକୋଲା, ଅମରାବତୀ,ନାଗପୁର,କୋହ୍ଲାପୁର ସମେତ ଅନ୍ୟ କିଛି ଜିଲାରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ରାଜ୍ୟରେ ବହୁ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ସ୍ଥାନୀୟ ପ୍ରଶାସନର ପକ୍ଷରୁ ପଠାଯାଇଥିବା ଟିମ ବ୍ୟତୀତ ବାୟୁସେନା ଓ ଏନଡିଆରଏଫର ଟିମ ମଧ୍ୟ ଉଦ୍ଧାର କାର୍ଯ୍ୟରେ ଜାରି ରହିଛନ୍ତି। ବର୍ଷା କାରଣରୁ ରେଳ ଧାରଣା ଜଳମଗ୍ନ ଥିବାରୁ ଅନେକ ଟ୍ରେନ ସେବା ବାତିଲ ସହ ବ୍ୟାହତ ହୋଇଛି।
ସେହିପରି ରାୟଗଡରେ ଭୂସ୍ଖଳନରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ ଜଣ ନିଖୋଜ ରହିଛନ୍ତି। ୧୫ ଜଣଙ୍କୁ ଉଦ୍ଧାର କରାଯାଇଛି।
ଶିବାଜୀ ନଗର ସ୍ଥିତ ଗୋଭାଣ୍ଡି ସକାଳ ସମୟରେ ଦୁଃଖଦ ଘଟଣା ଘଟିଛି। କାନ୍ଥ ଭୁଷୁଡିବା ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ଏହାସହ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ମାଟି ତଳେ ଅନ୍ୟ କିଛି ଲୋକେ ଦବି ରହିଥିବା ଅନୁମାନ କରାଯାଉଛି।
ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ଆଲୋଚନା କରିଛନ୍ତି। ବନ୍ୟା ମୁକାବିଲା ପାଇଁ କେନ୍ଦ୍ର ସମସ୍ତ ପ୍ରକାର ସହଯୋଗ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ସୂଚନା ଯୋଗ୍ୟ, ମୁମ୍ବଇରେ ତିନି ଦିନ ହେବ ବର୍ଷା ଲାଗି ରହିଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ପାଣି ଜମି ରହିଛି। ରାସ୍ତାଘାଟ ସହ ରେଳ ଧାରଣା ପାଣିରେ ବୁଡି ରହିଛି। ବୁଧବାର ପାଣିପାଗ ବିଭାଗ ମୁମ୍ବଇକୁ ରେର୍ଡ ଆଲର୍ଟ ଜାରି କରିଥିଲା। ଏବେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏନଡିଆରଏଫ ଟିମ ରିଲିଫ ଓ ଉଦ୍ଧାରକାର୍ଯ୍ୟରେ ନିୟୋଜିତ ରହିବା ସହ ଲୋକଙ୍କୁ ବନ୍ୟା ପ୍ରଭାବିତ ଅଞ୍ଚଳରୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି।

 

Comments are closed.