କଣ୍ଟାମାଳରେ ବର୍ଷା ଚାଲିଛି, ମଣ୍ଡିରେ ଧାନ ଭିଜୁଛି

କଣ୍ଟାମାଳ : ଗତକାଲିଠାରୁ କଣ୍ଟାମାଳ ବ୍ଳକର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଥିବା ବେଳେ ଆଜି ମଧ୍ୟ ବର୍ଷା ଲାଗି ରହିଛି। ରବି ଧାନ ବିକ୍ରୀ ପାଇଁ ଚାଷୀ ମଣ୍ଡିରେ ଧାନ ଆଣି ରଖିଥିବା ବେଳେ ମିଲରର ଦେଖା ମିଳୁ ନ ଥିବାରୁ ଧାନକୁ ବର୍ଷାରୁ ରକ୍ଷା କରିବା ପାଇଁ ଚାଷୀ ଅପ୍ରାଣ ଉଦ୍ୟମ କରୁଥିବା ଦେଖିବାକୁ ମଳିଛି। ଟୋକନ ପାଇ ଚାଷୀ ନିଜ ଧାନ ଆଣି ମଣ୍ଡିରେ ଆଣିଥିଲେ ହେଁ ମିଲରମାନଙ୍କ ମନମୁଖୀ ଯୋଗୁଁ ଧାନ ଉଠୁନଥିବାରୁ ବିଚରା ଚାଷୀ ଗତ ୪ ଦିନ ହେଲା ମଣ୍ଡିରେ ପଡି ରହିଛି। ଧାନ ଉଠାଣ ନେଇ ପେକ୍ସ କିମ୍ବା ଯୋଗାଣ ବିଭାଗ କେହି ମୁହଁ ଖୋଲୁନଥିବାରୁ ଚାଷୀ ବର୍ଷାରେ ଭିଜୁ ଥିବା ଧାନ ଗଜା ହେଲେ ଦାୟୀ ପ୍ରଶାସନ ରହିବ କି ? ବୋଲି କହିବା ଆରମ୍ଭ କଲେଣି। ଆଗାମୀ ଦୁଇ ଦିନର ସମ୍ଭାବ୍ୟ ବର୍ଷାକୁ ଆଖି ଆଗରେ ରଖି ତୁରନ୍ତ ଧାନ ଉଠାଇବାକୁ ଦାବୀ ହେଉଛି।

Comments are closed.