ବର୍ଷାରେ ଭାଙ୍ଗିଲା ସରପଞ୍ଚଙ୍କ ଘର କାନ୍ଥ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ସରପଞ୍ଚ ଗୌତମ ବାର୍ଲିଙ୍କ ଘର ବର୍ଷାରେ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି । ପ୍ରାୟ ପାଞ୍ଚ ଦିନ ହେବ ଲଗାଣ ବର୍ଷା ଯୋଗୁଁ କଣ୍ଡାସାହିରେ ରହୁଥିବା ସରପଞ୍ଚଙ୍କ ଘରର ଲମ୍ବା ମାଟି କାନ୍ଥ ବିଳମ୍ବିତ ରାତିରେ ଭୁଶୁଡି ପଡିଛି। କାନ୍ଥଟି ଘରର ବାହାର ପାର୍ଶ୍ୱରେ ପଡିଥିବା ଯୋଗୁଁ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି। ବର୍ତ୍ତମାନ ପଡୋଶୀ ଘରେ ଆଶ୍ରୟ ନେଇଛନ୍ତି। ଖବର ପାଇ ରାଜସ୍ୱ ଅଧିକାରୀ ସତ୍ୟଜିତ ଦାସ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ନିରୀକ୍ଷଣ କରି ସରପଞ୍ଚଙ୍କୁ ପଲିଥିନ ଯୋଗାଇ ଦେଇଥିଲେ। ଏ ବିଷୟ ନେଇ ସରକାରଙ୍କୁ ଲିଖିତ ରିପୋର୍ଟ ଦେଇଥିବା ରାଜସ୍ୱ ଅଧିକାରୀ କହିଛନ୍ତି।

Comments are closed.