ଭାରତ-ଶ୍ରୀଲଙ୍କା ପ୍ରଥମ ଟି-୨୦ରେ ବର୍ଷା ବାଧକ

ଗୁଆହାଟୀ : ଭାରତ-ଶ୍ରୀଲଙ୍କା ପ୍ରଥମ ଟି-୨୦ରେ ବର୍ଷା ବାଧକ ସାଜିଛି। ଯାହାଦ୍ବାରା ଖେଳ ଆରମ୍ଭ ନେଇ ଅନିଶ୍ଚିତତା ଦେଖାଦେଇଛି । ପିଚ୍ ଓ ଗ୍ରାଉଣ୍ଡ ଓଦା ଥିବାରୁ ପ୍ରାୟ ଦୁଇ ଘଣ୍ଟାରୁ ଅଧିକ ସମୟ ହେବ ଟସ୍ ପଡିସାରିଥିଲେ ମଧ୍ୟ ଖେଳ ଆରମ୍ଭ ହୋଇ ପାରି ନାହିଁ।

ରାତି ୯ଟା ୪୬ ସୁଦ୍ଧା ପିଚ୍ ଓ ଆଉଟ ଫିଲ୍ଡ ପ୍ରସ୍ତୁତ ନ ହେଲେ ମ୍ୟାଚ ବାତିଲ ସଂପର୍କରେ ଘୋଷଣା କରାଯିବ ବୋଲି ଜଣାପଡିଛି। ଯଦି ଏହି ସମୟ ସୁଦ୍ଧା ସବୁ ପ୍ରସ୍ତୁତ ହୋଇଯାଏ ଏବଂ ମ୍ୟାଚ ଆରମ୍ଭ ହୁଏ ତେବେ ତାହା ୫ ଓଭର ବିଶିଷ୍ଟ ହେବ।

Comments are closed.