ମହିଳା ଟି-୨୦ ବିଶ୍ଵକପ: ଫାଇନାଲରେ ଭାରତ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆରେ ଚାଲିଥିବା ମହିଳା ଟି-୨୦ କ୍ରିକେଟ ବିଶ୍ଵକପ ଫାଇନାଲରେ ପ୍ରବେଶ କରିଛି ଭାରତୀୟ ଦଳ। ବର୍ଷା ଯୋଗୁ ଭାରତ-ଇଂଲଣ୍ଡ ମଧ୍ୟରେ ଗୁରୁବାର ହେବାକୁ ଥିବା ପ୍ରଥମ ସେମିଫାଇନାଲ ମ୍ୟାଚ ବାତିଲ ହୋଇଯାଇଛି। ଫଳରେ ଗ୍ରୁପ ପର୍ଯ୍ୟାୟରେ ସର୍ବାଧିକ ୮ ପଏଣ୍ଟ ହାସଲ କରିଥିବାରୁ ଭାରତୀୟ ଟିମ୍‌ ଫାଇନାଲକୁ ପ୍ରବେଶ କରିଛି। ପ୍ରତିଦ୍ବନ୍ଦ୍ବୀ ଇଂଲଣ୍ଡ ଟିମ୍‌ ୬ ପଏଣ୍ଟ ପାଇଥିବାରୁ ଟୁର୍ଣ୍ଣାମେଣ୍ଟରୁ ବାଦ୍‌ ପଡ଼ିଛି। ୨୦୧୮ରେ ଭାରତ ସେମିଫାଇନାଲରେ ଇଂଲଣ୍ଡଠାରୁ ପରାସ୍ତ ହୋଇଥିଲା। ଚଳିତ ଥର ପ୍ରଥମ ଥର ଲାଗି ଭାରତୀୟ ମହିଳା ଦଳ ଟି-୨୦ ବିଶ୍ଵକପ ଫାଇନାଲରେ ପ୍ରବେଶ କରି ଇତିହାସ ରଚିଛି।

Comments are closed.