ବର୍ଷା ବିତ୍ପାତ: ଭାଙ୍ଗିଲା ମାଟି ଘର

ସାରନଗରୀ: ଦକ୍ଷିଣ ରାଉରକେଲା ଅନ୍ତର୍ଗତ ସାରନଗରୀ ଅଞ୍ଚଳରେ ବର୍ଷା ବିତ୍ପାତ ଦେଖିବାକୁ ମିଳିଛି। ଗତ ଦୁଇଦିନ ଧରି ଜାରି ରହିଥିବା ଲଘୁଚାପ ଜନିତ ବର୍ଷାର ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି ସାରନଗରୀର ବସ୍ତି ଓ କଲୋନୀ ବାସିନ୍ଦା । ବସ୍ତି ଅଞ୍ଚଳର ଘର ଗୁଡ଼ିକରେ ବର୍ଷା ପାଣି ପଶି ଯିବାରୁ ଘୋର ଦୁର୍ଦ୍ଦଶା ଭୋଗୁଛନ୍ତି ବସ୍ତି ବାସିନ୍ଦା। ଗତକାଲି ବିଳମ୍ବିତ ରାତ୍ରିରେ ବର୍ଷା ଯୋଗୁ ଇନ୍ଦିରାପାଲୀ ଅଂଚଳରେ ଥିବା ମାଟି ଘର କ୍ଷତିଗ୍ରସ୍ତ ହୋଇଛି। ଏହି ଘରେ କିଛି ବର୍ଷ ପୂର୍ବରୁ ସାରନଗରୀ ଅଂଚଳର ସୂର୍ଯ୍ୟମଣି ନାୟକ ବାସ କରୁଥିଲେ। ମାତ୍ର ବର୍ତମାନ ଏହି ମାଟି ଘର ଖାଲିଥିବା ଜଣାପଡ଼ିଛି। ଲଘୁଚାପଜନିତ ବର୍ଷା ଲାଗି ରହିଥିବାରୁ ଏହାକୁ ନେଇ ବିଭିନ୍ନ ବସ୍ତି ଅଞ୍ଚଳରେ ଥିବା ବସ୍ତିବାସିନ୍ଦା ମାନେ ଚିନ୍ତାରେ ପଡ଼ି ଯାଇଛନ୍ତି । ସାଧାରଣତଃ ବସ୍ତି ଅଂଚଳର ଘର ଗୁଡ଼ିକ ମାଟିରେ ତିଆରି ହେବା କାରଣରୁ ବର୍ଷା ଦ୍ୱାରା କ୍ଷତିଗ୍ରସ୍ତ ହୋଇଛି ।

Comments are closed.