ଆଜି ୬ ଜିଲାରେ ବର୍ଷିବ

ଭୁବନେଶ୍ବର : ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା କାଲି ୬ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା ଅଛି। ଆସନ୍ତା ୧୬ ତାରିଖ ଯାଏ ୧୦ରୁ ଅଧିକ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଗୁରୁବାର କୋରାପୁଟ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ଅନୁଗୋଳ ଓ ସମ୍ବଲପୁର ଜିଲାରେ ପ୍ରବଳ ବର୍ଷା ହେବ। ସେହିପରି ଶୁକ୍ରବାର ଜଗତସିଂହପୁର, ପୁରୀ, କନ୍ଧମାଳ, ଢ଼େଙ୍କାନାଳ, କେନ୍ଦୁଝର, ଯାଜପୁର, କେନ୍ଦ୍ରାପଡ଼ା, ବାଲେଶ୍ବର, ଭଦ୍ରକ ଓ ଦେବଗଡ଼ ଜିଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଶୁକ୍ରବାର ଦିନ ବର୍ଷାର ପରିମାଣ କିଛିଟା ବୃଦ୍ଧି ପାଇବ। ମୌସୁମି ସକ୍ରିୟ ଥିବାରୁ ସମୁଦ୍ର ଓ ଉପକୂଳରେ ୫୦ କିମି ବେଗରେ ପବନ ବହିବ। ତେଣୁ ୧୪ ଓ ୧୫ ତାରିଖରେ ସମୁଦ୍ର ମଧ୍ୟକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି।

Comments are closed.