ତିନିଦିନ ଯାଏ ବିଭିନ୍ନ ଜିଲାରେ ବର୍ଷା

ଭୁବନେଶ୍ବର : ଆଉ କିଛି ଦିନ ପର୍ଯ୍ୟନ୍ତ ବର୍ଷାରେ ଭିଜିବ ଓଡ଼ିଶା। ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲାରେ ବର୍ଷା ହେବ। କିଛି ଜିଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଅଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ରବିବାର ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର, କୋରାପୁଟ, ନୂଆପଡ଼ା ଓ ବରଗଡ଼ ଜିଲାରେ ପ୍ରବଳ ବର୍ଷା ହୋଇପାରେ। ସେହିପରି ଆସନ୍ତା କାଲି କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ବୌଦ୍ଧ, ବଲାଙ୍ଗୀର, ଅନୁଗୋଳ, ସୋନପୁର, ସମ୍ବଲପୁର, କେନ୍ଦୁଝର ଜିଲାରେ ବର୍ଷା ସମ୍ଭାବନା ଅଛି। କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ। ତିନିଦିନ ଯାଏ ବିଭିନ୍ନ ଜିଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଗତ ୨୪ ଘଣ୍ଟା ଭିତରେ ପାରାଦ୍ବୀପରେ ସର୍ବାଧିକ ୪୨ ମିମି ବର୍ଷା ରେକର୍ଡ କରାଯାଇ ଥିବା ବେଳେ ଅନୁଗୋଳରେ ୨୩.୮ ମିମି, ହୀରାକୁଦରେ ୧୬ ମିମି, ଝାରସୁଗୁଡ଼ାରେ ୭.୭ ମିମି, ରାୟଗଡ଼ାରେ ୬ ମିମି ଓ ବୌଦ୍ଧରେ ୫.୧ ମିମି ବର୍ଷା ହୋଇଛି।

Comments are closed.