ଗୋଟିଏ ଦିନ ପରେ ବଦଳିବ ପାଗ

ଭୁବନେଶ୍ବର : ଶୁକ୍ରବାର ୬ରୁ ଅଧିକ ଜିଲାରେ ପ୍ରବଳ ବର୍ଷାର ସମ୍ଭାବନା ଅଛି। ମାଲକାନଗିରି, କୋରାପୁଟ, କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର ଓ ରାୟଗଡ଼ା ଜିଲାରେ ଅଧିକ ବର୍ଷା ହେବ। ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଉପରୋକ୍ତ ଜିଲା ବ୍ୟତୀତ ଗଜପତି, ପୁରୀ, ଗଞ୍ଜାମ, କନ୍ଧମାଳ, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ନୂଆପଡ଼ା, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଢ଼େଙ୍କାନାଳ ଓ ଯାଜପୁର ଜିଲାରେ ବର୍ଷା ହୋଇପାରେ। ଏସବୁ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ତେବେ ଶନିବାର ଠାରୁ ବର୍ଷା କମିବ ଆଉ ତାତି ବଢ଼ିବ। ଦୁଇଦିନ ପର୍ଯ୍ୟନ୍ତ କିଛି ଜିଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି। ଗତ ୨୪ ଘଣ୍ଟା ଭିତରେ ବୌଦ୍ଧ ଜିଲାରେ ୭୬.୬ ମିମି ବର୍ଷା ହୋଇଥିବା ବେଳେ କେନ୍ଦୁଝରରେ ୪୬.୬ ମିମି. ତାଳଚେରରେ ୪୦ ମିମି, ପୁରୀରେ ୨୧.୫ ମିମି, ନୟାଗଡ଼ରେ ୩୮.୧ ମିମି ବର୍ଷା ରେକର୍ଡ କରାଯାଇଛି।

Comments are closed.