ସିଏଏ ବିରୋଧୀ ଆନ୍ଦୋଳନ : ୮୦କୋଟିରୁ ଅଧିକ ଟଙ୍କା ମୂଲ୍ୟର ରେଳବାଇ ସମ୍ପତ୍ତି ନଷ୍ଟ

ନୂଆଦିଲ୍ଲୀ :  ନାଗରିକତା ସଂଶୋଧନ ଆଇନ୍‍(ସିଏଏ) ବିରୁଦ୍ଧରେ ଦେଶବ୍ୟାପୀ ଚାଲିଥିବା ବିକ୍ଷୋଭ ଓ ଆନ୍ଦୋଳନ ସମୟରେ ୮୦କୋଟିରୁ ଅଧିକ ଟଙ୍କା ମୂଲ୍ୟର ରେଳବାଇ ସମ୍ପତ୍ତି ନଷ୍ଟ ହୋଇଛି।

ସୋମବାର ନୂଆଦିଲ୍ଲୀରେ ଗଣମାଧ୍ୟମ ସହ ଆଲୋଚନା ସମୟରେ ରେଳବାଇ ବୋର୍ଡ ଅଧ୍ୟକ୍ଷ ବିନୋଦ କୁମାର ଯାଦବ କହିଛନ୍ତି, ହିଂସା ଓ ଜଳାପୋଡ଼ାରେ ଲିପ୍ତ ବ୍ୟକ୍ତିମାନଙ୍କଠାରୁ ଏହି ସମ୍ପତ୍ତିର ଭରଣା କରାଯିବ। ସେ କହିଛନ୍ତି, ରେଳବାଇ ପୁଲିସ୍‍ ରାଜ୍ୟ ସରକାରମାନଙ୍କ ସହ ମିଶି ଯେଉଁମାନେ ରେଳବାଇର ସମ୍ପତ୍ତି ନଷ୍ଟ କରିଛନ୍ତି ସେମାନଙ୍କୁ ଚିହ୍ନଟ କରିବାରେ ଲାଗିଛି।

Comments are closed.