ରେଳଧାରଣାରେ ନ ଚାଲିବାକୁ ପୂର୍ବତଟ ରେଲୱେର ନିର୍ଦେଶାନାମା ଜାରି

ଭୁବନେଶ୍ୱର: ଶୁକ୍ରବାର ମହାରାଷ୍ଟ୍ରର ଔରାଙ୍ଗାବାଦରେ ୧୬ଜଣ ଶ୍ରମିକ ରେଳଧାରଣାରେ ମୃତ୍ୟୁ ଘଟଣାକୁ ପୂର୍ବତଟ ରେଲ୍‌ୱେ କର୍ତ୍ତୃପକ୍ଷ ଗୁରୁତର ସହ ନେଇଛି। ରେଳଧାରଣାରେ ନ ଚାଲିବା ପାଇଁ ଆଜି ପୂର୍ବତଟ ରେଳପଥ ପକ୍ଷରୁ ନୂଆ ନିର୍ଦେଶାନାମ ଜାରି କରାଯାଇଛି। ଏହା ସହ ଅନଧିକୃତ ଭାବେ ରେଳ ଧାରଣାରେ ଚାଲୁଥିଲେ ସେମାନଙ୍କୁ ବାରଣ କରିବାକୁ ଷ୍ଟେସନ ମାଷ୍ଟର, ଟ୍ରାକ୍‌ମ୍ୟାନ୍‌, ବିଦ୍ୟୁତ୍ ଷ୍ଟାଫଙ୍କୁ ପରାମର୍ଶ ଦିଆଯାଇଛି। ଯଦି କେହି ରେଳଧାରଣାରେ ଚାଲୁଥିବା ଦେଖିବାକୁ ମିଳେ ତାହେଲେ ଆରପିଏଫ୍ ହେଲପ୍ ଲାଇନ ୧୮୨ରେ ସୂଚନା ଦେବାକୁ କୁହାଯାଇଛି।

Comments are closed.