ଖୋର୍ଦ୍ଧା ରେଲ୍‌ୱେ ଡିଭିଜନ୍‌ରେ ଖୋଲିବ ୧୨ କାଉଣ୍ଟର, ଆଜିଠାରୁ ମିଳିବ ଟ୍ରେନ୍‌ ରିଜର୍ଭ ଟିକଟ

ଭୁବନେଶ୍ବର: ଆଜିଠାରୁ ରେଲ୍‌ୱେ ଟ୍ରେନ୍‌ ଟିକଟ ମିଳିବ। କେତୋଟି ଟିକଟ କାଉଣ୍ଟର ଖୋଲିବ ସେଥିନେଇ ଜୋନାଲ୍‌ ରେଲ୍‌ୱେ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇପାରି​‌େ​‌ବ। ଆସନ୍ତାକାଲିଠାରୁ ସର୍ଭିସ୍‌ ସେଣ୍ଟରରେ ମଧ୍ୟ ରିଜର୍ଭ ଟିକଟ ମିଳିବ। ଜୋନାଲ୍‌ ରେଲ୍‌ୱେକୁ ସାମାଜିକ ଦୂରତ୍ବ ବଜାୟ ରଖିବା ପାଇଁ ପୂର୍ବତଟ ରେଲ୍‌ୱେ ପକ୍ଷରୁ ନିର୍ଦେଶ ଜାରି କରାଯାଇଛି। ଖୋର୍ଦ୍ଧା ରେଲ୍‌ୱେ ଡିଭିଜନ୍‌ରେ ୧୨ଟି ରେଲ୍‌ୱେ କାଉଣ୍ଟର ଖୋଲିବା ପାଇଁ ଇଷ୍ଟକୋଷ୍ଟ ରେଲ୍‌ୱେ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଏହି କାଉଣ୍ଟର ଖୋର୍ଦ୍ଧା ରୋଡ୍‌ ଡିଭିଜନ୍‌ର ୧୨ଟି ଷ୍ଟେସନ୍‌ରେ ଖୋଲିବ।

କଟକ, ଭୁବନେଶ୍ବର, ପୁରୀ, ବାଲୁଗାଁ, ବ୍ରହ୍ମପୁର, ଛତ୍ରପୁର, ପଲାସା, ସୋମ​‌େ​‌ପଟା, ଇଚ୍ଛାପୁରମ୍‌, ଭଦ୍ରକ, ଯାଜପୁର, କେନ୍ଦୁଝର ରୋଡ୍‌ରେ ଟିକଟ ଖୋଲିବାକୁ ଥିବାବେଳେ ଏଥିରେ କେବଳ ନନ୍‌-କ୍ୟାସ୍‌ ପିଆର୍‌ଏସ୍‌ ଟିକଟ୍‌ କାଉଣ୍ଟରରେ ମିଳିବ। ପାସ୍‌ଧାରୀ, ସ୍ବାଧୀନତା ସଂଗ୍ରାମୀ, ଦିବ୍ୟାଙ୍ଗ, ୧୧ଟି ବର୍ଗର ରୋଗୀଙ୍କୁ ଟିକଟ ମିଳିବ। ସକାଳ ୮ଟାରୁ ଅପରାହ୍ଣ ୩ ପର୍ୟ୍ୟନ୍ତ ଟିକଟ କାଉଣ୍ଟର ଖୋଲିବ ଏବଂ ନିର୍ଦ୍ଧାରିତ ଭଡ଼ା ଦାଖଲ କରି ଏସବୁ ସ୍ଥାନରୁ ଟ୍ରେନ୍‌ ଯାତ୍ରୀ ସଂରକ୍ଷଣ ଟିକଟ ନେଇପାରିବେ ବୋଲି ପୂର୍ବତଟ ରେଲୱେ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

Comments are closed.