ଜୁଆ ଆଡ୍ଡା ଉପରେ ଚଢ଼ାଉ, ୧୧ ଅଟକ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସାହାଇ ମିନାଙ୍କ ନିର୍ଦ୍ଦେଶକ୍ରମେ ନବରଙ୍ଗପୁର ଥାନା ଅଧିକାରୀ ତାରିକ ଅହମ୍ମଦଙ୍କ ତତ୍ତ୍ୱାବଧାନରେ ଗତ କାଲି ବିଳମ୍ବିତ ରାତ୍ରରେ ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ ହୋଇଛି । ନବରଙ୍ଗପୁର ସ୍ଥାନୀୟ ଇଚ୍ଛାବତୀ ଗୁଡାଠାରେ ଜୁଆ ଖେଳ ଚାଲୁଥିବା ସମୟରେ ଏହି ଚଢ଼ାଉ କରାଯାଇଥିଲା । ଏହି ଚଢ଼ାଉ କରି ୯ଟି ବାଇକ, ୯ଟି ମୋବାଇଲ ଫୋନ, କିଛି ତାଶ ପକେଟ, ୩୨ ହଜାର ଟଙ୍କା ସହିତ ୧୧ ବ୍ୟକ୍ତିଙ୍କୁ ଆଣି ଥାନାରେ ଅଟକ ରଖିଛନ୍ତି । କେସ ନମ୍ବର ୨୫/୨୦୨୧ ରେ ମାମଲା ଦାୟର କରି ସେମାନଙ୍କୁ ନୋଟିସ କରାଯାଇଛି । ଏହି ଚଢ଼ାଉ ସମୟରେ ନବରଙ୍ଗପୁର ଥାନା ଅଧିକାରୀ ତାରିକ ଅହମ୍ମଦଙ୍କ ସମେତ ଅତିରିକ୍ତ ଏସପି ସିଏଚ ହୃଦାନନ୍ଦ, ଏଏସଆଇ ହାଲବା, ଅଶୋକ କୁମାର ଦେଓ ଏବଂ ୮ ଜଣରୁ ଅଧିକ ପୁଲିସ ଫୋର୍ସ ଉପସ୍ଥିତ ଥିଲେ ।

Comments are closed.