ପୁଣି ଜଗତପୁରରେ ଚଢାଉ ; ସିମେଣ୍ଟ ଗୋଦାମରେ ଅପମିଶ୍ରଣର ଅଭିଯୋଗ

କଟକ : ଗତ କିଛିଦିନ ଧରି କଟକ ସହରର ଜଗତପୁର ଅନ୍ୟାନ୍ୟ ସ୍ଥାନରେ ଚଢାଉ କରାଯାଇ ନକଲି ଖାଦ୍ୟ ସାମଗ୍ରୀକୁ ଜବତ କରାଯାଇଛି। ସେହିଭଳି ଆଜି ପୁଣି ଜଗତପୁରରେ ଚଢାଉ ହୋଇଛି ବୋଲି ଜଣାପଡ଼ିଛି। ଜଗତପୁର ଅଞ୍ଚଳରେ ଥିବା ଏକ ସିମେଣ୍ଟ ଗୋଦାମରେ ଜଗତପୁର ପୁଲିସ ଚଢାଉ କରାଯାଇଛି। ସିମେଣ୍ଟରେ ଅପମିଶ୍ରଣ କରାଯାଉଛି ବୋଲି ଅଭିଯୋଗ ହୋଇଛି। ଦୀର୍ଘ ଦିନ ଧରି ଏଠାରେ ବ୍ୟବସାୟ ଚାଲିଥିବା ବେଳେ ୨୦୦୦ରୁ ଅଧିକ ରିଜେକ୍ଟ ସିମେଣ୍ଟ ପ୍ୟାକେଟ ଜବତ ହୋଇଛି ବୋଲି ସୂଚନା ମିଳିଛି। ଘଟଣାର ତଦନ୍ତ ଜାରି ରହିଛି।

Comments are closed.