ଗଞ୍ଜେଇ ଚାଲାଣ ରାକେଟର ପର୍ଦ୍ଦାଫାସ , ୫ ଗିରଫ

ଭୁବନେଶ୍ବର : କୋରାପୁଟ ଜିଲାରୁ ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣ ରାକେଟର ମଙ୍ଗଳବାର ପର୍ଦ୍ଦାଫାସ ହୋଇଛି। ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣ ଅଭିଯୋଗରେ କ୍ରାଇମବ୍ରାଞ୍ଚ ଏସଟିଏଫ୍ ୫ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଧର୍ମଜିତ ଶର୍ମା, କହ୍ନେୟା ସିଂ, ମଧୁସୁଦନ ଗଲାରି, ରାଜନିଶ ଶର୍ମା ଓ ଉଗ୍ର ପୁଜାରି ।

ସୂଚନା ଅନୁଯାୟୀ, କୋରାପୁଟ ଜିଲା ନନ୍ଦପୁର ପିତାଗୁଡ଼ାରେ ଟ୍ରାକ୍ଟରରେ ପାଣି ଟ୍ୟାଙ୍କର  ଭିତରେ ଗଞ୍ଜେଇ ଚାଲାଣ କରାଯାଉଥିବାର ଖବର ପାଇ କ୍ରାଇମବ୍ରାଞ୍ଚ ଏସଟିଏଫ୍ ଟିମ୍ ଚଢାଉ କରିଥିଲା । ଉକ୍ତ ଟ୍ୟାଙ୍କର ଭିତରୁ ୮ କ୍ୱିଣ୍ଟାଲ୍ ୫୫ କିଲୋଗ୍ରାମ ୫୦୦ ଗ୍ରାମର ଗଞ୍ଜେଇ ଜବତ କରାଯାଇଥିଲା। ଏହି ମାମଲାରେ ୫ଜଣଙ୍କୁ ଗିରଫ କରାଯାଇଛି । ୱାଟର ଟ୍ୟାଙ୍କର୍ ସହିତ ଉକ୍ତ ଟ୍ରାକ୍ଟରକୁ ଜବତ କରାଯାଇଛି । ଏହି ଗଞ୍ଜେଇ ଚାଲାଣ ଉତ୍ତର ପ୍ରଦେଶର ମଥୁରାକୁ କରାଯାଉଥିଲା। ଗତକାଲି ସନ୍ଧ୍ୟା ସମୟରେ କ୍ରାଇମବ୍ରାଞ୍ଚ ଏସଟିଏଫ୍ ଟିମ୍ ପକ୍ଷରୁ ଚଢାଉ କରାଯାଇଥିଲା।

Comments are closed.