ରାହୁଳଙ୍କ ତେରଛା ତୀର: ସୂର୍ଯ୍ୟ, ଚନ୍ଦ୍ର ଓ ସତ୍ୟ କେବେ ଲୁଚି ରହିପାରିବ ନାହିଁ

ଗତ କିଛିଦିନ ହେଲା କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିୟମିତ ସମାଲୋଚନା କରୁଥିବା କଂଗ୍ରେସ ନେତା ରାହୁଳ ଗାନ୍ଧୀ ଗୁରୁପୂର୍ଣିମା ଅବସରରେ ମାରିଛନ୍ତି ତେରଛା ତୀର । ଦେଶବାସୀଙ୍କୁ ଗୁରୁପୂର୍ଣିମାର ଶୁଭେଚ୍ଛା ଜଣାଇବା ଅବସରରେ ସେ ବୁଦ୍ଧଙ୍କ ଏକ ବାଣୀ ଉଦ୍ଧାର କରିଛନ୍ତି । ସୂର୍ଯ୍ୟ, ଚନ୍ଦ୍ର ଓ ସତ୍ୟକୁ କେବେ ଗୋପନ ରଖାଯାଇ ପାରିବ ନାହିଁ ବୋଲି ରାହୁଳ ଏଥିରେ ଉଲ୍ଲେଖ କରିଛନ୍ତି ।

ଗତ ୨ ଦିନ ହେଲା ରାହୁଳ କେନ୍ଦ୍ର ସରକାରଙ୍କୁ ଲାଦାଖରେ ଚୀନର ଅନୁପ୍ରବେଶ ସମ୍ପର୍କରେ ପ୍ରଶ୍ନ ପଚାରି ଚାଲିଛନ୍ତି । ଲାଦାଖୀମାନେ ଚୀନ୍ ଅନୁପ୍ରବେଶ କରୁଥିବା କହୁଥିବାବେଳେ ପ୍ରଧାନମନ୍ତ୍ରୀ ଏହାକୁ ଅସ୍ବୀକାର କରି କେହି ଭାରତ କ୍ଷେତ୍ରରେ ଅନୁପ୍ରବେଶ କରି ନାହାନ୍ତି ବୋଲି କହୁଛନ୍ତି । ତେଣୁ ଏମାନଙ୍କ ଭିତରୁ କିଏ ଭୁଲ କହୁଛି ବୋଲି ଶୁକ୍ରବାର ଟ୍ବିଟ କରି ପ୍ରଶ୍ନ କରିଥିଲେ ରାହୁଳ ।

ସେହିପରି ଶନିବାର ମଧ୍ୟ ଅନୁରୂପ ଟ୍ବିଟ କରି କେନ୍ଦ୍ର ସରକାରଙ୍କୁ ଲାଦାଖ ପ୍ରସଙ୍ଗରେ ଘେରିଥିଲେ ରାହୁଳ ।

Comments are closed.