ବିମୁଦ୍ରିକରଣ ଯୋଗୁ ଦେଶର ଅର୍ଥନୀତି ନଷ୍ଟ; କେବଳ ମୋଦୀଙ୍କ ଶିଳ୍ପପତି ବନ୍ଧୁମାନଙ୍କର ଉନ୍ନତି : ରାହୁଲ

ନୂଆଦିଲ୍ଲୀ : ଚାରି ବର୍ଷ ପୂର୍ବେ ଆଜିର ଦିନ ଅର୍ଥାତ ୨୦୧୬ ମସିହା ନଭେମ୍ବର ୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ଗଣମାଧ୍ୟମରେ ୫୦୦ ଓ ୧୦୦୦ ଟଙ୍କା ମୂଲ୍ୟର ନୋଟ୍ ମଧ୍ୟରାତ୍ରି ସୁଦ୍ଧା ଅବୈଧ ହୋଇଯିବା ନେଇ ଘୋଷଣା କରିଥିଲେ। ଦେଶରେ କଳା ଟଙ୍କା କାରବାର ବନ୍ଦ କରିବା ଲକ୍ଷ୍ୟରେ ଏହି ଘୋଷଣା ହେବା ପରେ ମଧ୍ୟରାତ୍ର ସୁଦ୍ଧା ପ୍ରାୟ ୮୬ ପ୍ରତିଶତ ଟଙ୍କା ଅବୈଧ ହୋଇଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ ବିମୁଦ୍ରିକରଣ ନିଷ୍ପତିକୁ ପ୍ରଥମରୁ ବିରୋଧ କରି ଆସୁଥିବା କଂଗ୍ରେସ  ଆଜି ବିମୁଦ୍ରିକରଣକୁ ଚାରି ବର୍ଷ ପୁର୍ତ୍ତି ଅବସରରେ ମଧ୍ୟ ଏହି ନିଷ୍ପତ୍ତିକୁ ଘୋର ବିରୋଧ କରିଛି। ଆଜି କଂଗ୍ରେସ ପକ୍ଷରୁ ବିମୁଦ୍ରିକରଣକୁ ବିରୋଧ କରି ହୋଇଥିବା ଅନ୍‌ଲାଇନ ଆଲୋଚନାରେ କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ବିମୁଦ୍ରିକରଣକୁ ନେଇ ମୋଦୀଙ୍କୁ ଟାର୍ଗେଟ କରିଛନ୍ତି।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଚାରି ବର୍ଷ ପୂର୍ବେ ପ୍ରଧାନମନ୍ତ୍ରୀ ନେଇଥିବା ଏହି ନିଷ୍ପତ୍ତିିକୁ ନେଇ କହିଛନ୍ତି ଯେ ମୋଦୀଙ୍କ ବିମୁଦ୍ରିକରଣ ପଦକ୍ଷେପ ଭାରତର ଅର୍ଥନୀତିକୁ ନଷ୍ଟ କରିବା ସହ ତାଙ୍କର କିଛି ଶିଳ୍ପପତି ବନ୍ଧୁଙ୍କୁ ସାହାଯ୍ୟ କରିବା ପାଇଁ ଉଦ୍ଦିଷ୍ଟ ଥିଲା। ବିମୁଦ୍ରିକରଣର ପ୍ରଭାବ ବର୍ତ୍ତମାନ ଭାରତୀୟ ଅର୍ଥବ୍ୟବସ୍ଥା ଉପରେ ପଡିଛି। ବିର୍ତ୍ତମାନ ବାଂଲାଦେଶର ଅର୍ଥନୀତି ଭାରତର ଅର୍ଥନୀତି ଠାରୁ ଆଗରେ ରହିଛି। ଏକ ସମୟ ଥିଲା ଯେତେବେଳ ଭାରତର ଅର୍ଥନୀତି ବିଶ୍ଵର ସର୍ବାଧିକ ଥିଲା ଏବଂ ଉଚ୍ଚ ପଦର୍ଶନକାରୀ ଅର୍ଥନୀତି ମଧ୍ୟରୁ ଭାରତ ଆଗରେ ଥିଲା କିନ୍ତୁ ପ୍ରଧାନମନ୍ତ୍ରୀ ଚାରି ବର୍ଷତଳେ ନେଇଥିବା ନିଷ୍ପତ୍ତି ପାଇଁ ବର୍ତ୍ତମାନ ଭାରତର ଅର୍ଥନୀତି ବାଂଲାଦେଶ ଅର୍ଥନୀତିଠାରୁ ପଛରେ ପଡିଛି ବୋଲି ରାହୁଲ କରିଛନ୍ତି।


ରାହୁଲ ଆହୁରୀ ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ଦେଶର ଅର୍ଥନୀତିର ସ୍ଥିତି ଖରାପର କାରଣ  କୋଭିଡ-୧୯ ବୋଲି ମୋଦୀ ସରକାର କହୁଛନ୍ତି, କିନ୍ତୁ କୋଭିଡ-୧୯ କେବଳ ଭାରତରେ ନୁହେଁ ସାରା ବିଶ୍ଵରେ ପ୍ରଭାବ ପକାଇଛି। ଏହାରି ମଧ୍ୟରେ ଅନ୍ୟ ଦେଶର ଅର୍ଥବ୍ୟବସ୍ଥା ସୁଦୃଢ ହେଉଥିଲେ ମଧ୍ୟ ଭାରତର ଅର୍ଥବ୍ୟବସ୍ଥା କଣ ପାଇଁ ନଷ୍ଟ ହୋଇଛି ବୋଲି ରାହୁଲ ମୋଦୀ ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ରାହୁଲ କହିଛନ୍ତି ଯେ ଦେଶରେ ଅର୍ଥବ୍ୟବସ୍ଥା ଖରାପ ହେବାର କାରଣ କୋଭିଡ-୧୯ ନୁହେଁ ଏହାର କାରଣ ବିମୁଦ୍ରିକରଣ ଏକ ଜିଏସ୍ଟି । ଚାରି ବର୍ଷ ପୂର୍ବେ ପ୍ରଧାନମନ୍ତ୍ରୀ ଭାରତୀୟ ଅର୍ଥନୀତି ଉପରେ ଆକ୍ରମଣ କରିଥିଲେ ଏବଂ କୃଷକ, ଶ୍ରମିକ ଏବଂ ଛୋଟ ଦୋକାନୀଙ୍କୁ କ୍ଷତି ପହଞ୍ଚାଇଥିଲେ। ମନମୋହନ ସିଂ ଜୀ କହିଥିଲେ ଯେ ଅର୍ଥନୀତି ଦୁଇ ପ୍ରତିଶତ କ୍ଷତିଗ୍ରସ୍ତ ହେବ ଏବଂ ଆମେ ଏହା ବର୍ତ୍ତମାନ ଦେଖିଛୁ।

ପ୍ରଧାନମନ୍ତ୍ରୀ ମୋଦୀ ବିମୁଦ୍ରିକରଣ ନେଇ ଘୋଷଣା କରିବା ବେଳେ କହିଥିଲେ ଯେ ଏହା କଳାଟଙ୍କା ବିରୋଧରେ ମୋଦୀ ସରକାରଙ୍କ ଏକ ଆକ୍ରମଣ ।  ବିମୁଦ୍ରିକରଣ ଦ୍ବାରା  କଳା ଟଙ୍କା କାରବାର ବନ୍ଦ କରିବା, ନକଲି ନୋଟର ପ୍ରଚଳନ ଉପରେ ରୋକ ଲଗାଇବା ଏବଂ ନଗଦବିହୀନ ଡିଜିଟାଲ୍ କାରବାରକୁ ପ୍ରୋତ୍ସାହନ ଦେବା ପାଇଁ କରାଯାଇଥିବା ମୋଦୀ କହିଥିଲେ। କିନ୍ତୁ ଏହା ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟ ନଥିଲା । ବିମୁଦ୍ରିକରଣ କେବଳ ମୋଦୀଙ୍କ ୨ ରୁ ୩ ଜଣ ଶିଳ୍ପପତି ବନ୍ଧୁଙ୍କୁ ସାହାର୍ଯ୍ୟ କରିବା ଉଦେଶ୍ୟରେ ଥିଲା। ବିମୁଦ୍ରିକରଣ ପରେ ସାଧାରଣ ଲୋକ ବ୍ୟାଙ୍କ ଆଗରେ ଖରା ବର୍ଷାରେ  ଲାଇନରେ ଛିଡା ​‌ହୋଇଥିଲେ କିନ୍ତୁ ମୋଦୀଙ୍କର ଶିଳ୍ପପତି ବନ୍ଧୁ ଛିଡା ହୋଇଥିଲେ କି ବୋଲି ରାହୁଲ ପ୍ରଶ୍ନ କରିଛନ୍ତି। ସାଧାରଣ ଲୋକ ବ୍ୟାଙ୍କରେ ଟଙ୍କା ରଖୁଛି ଆଉ ପ୍ରଧାନମନ୍ତ୍ରୀ ସେହି ଟଙ୍କାକୁ ତାଙ୍କର ଶଳ୍ପପତି ବନ୍ଧୁମାନଙ୍କୁ ଦେଉଛନ୍ତି ଏବଂ ଶିଳ୍ପପତିମାନଙ୍କୁ ୩,୫୦,୦୦୦ କୋଟି ଟଙ୍କା ଲୋକ୍ ଛାଡ କରୁଛନ୍ତି ବୋଲି ରାହୁଲ କହିଛନ୍ତି।

Comments are closed.