ଆଧୁନିକ ଭାରତର ସ୍ଥପତି ପଣ୍ଡିତ ନେହେରୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ

ସମାଜ ପୋର୍ଟାଲ ଡେସ୍କ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କୁ ୫୬ତମ ମୃତ୍ୟୁ ବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଏବଂ ତାଙ୍କୁ ଜଣେ ସାହସୀ ସ୍ୱାଧୀନତା ସଂଗ୍ରାମୀ ତଥା ଆଧୁନିକ ଭାରତର ସ୍ଥପତି ଭାବରେ ଅଭିହିତ କରିଛନ୍ତି।

ରାହୁଲ ଟ୍ୱିଟ କରି କହିଛନ୍ତି, “ପଣ୍ଡିତ ଜବାହରଲାଲ ନେହେରୁ ଜୀ ଜଣେ ସାହସୀ ସ୍ୱାଧୀନତା ସଂଗ୍ରାମୀ, ଆଧୁନିକ ଭାରତର ସ୍ଥପତି ଏବଂ ଆମର ପ୍ରଥମ ପ୍ରଧାନମନ୍ତ୍ରୀ ଥିଲେ। ତାଙ୍କ ମୃତ୍ୟୁ ବାର୍ଷିକୀରେ, ଭାରତର ଏହି ମହାନ ପୁତ୍ରଙ୍କୁ ମୋର ଶ୍ରଦ୍ଧାଞ୍ଜଳି। ”

ପଣ୍ଡିତ ନେହେରୁ ୧୮୮୯ ମସିହା ନଭେମ୍ବର ୧୪ରେ ଆହ୍ଲାବାଦରେ ଜନ୍ମଗ୍ରହଣ କରିଥିଲେ। ୧୯୧୯ ମସିହାରେ ସେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇ ମହାତ୍ମା ଗାନ୍ଧୀଙ୍କ ସହ ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଇଥିଲେ। ୧୯୨୩ ସେପ୍ଟେମ୍ବରରେ ସେ ଅଲ ଇଣ୍ଡିଆ କଂଗ୍ରେସ କମିଟିର ସାଧାରଣ ସଚିବ ପଦ ସମ୍ଭାଳି ଥିଲେ। ଯେତେବେଳେ ଭାରତ ବ୍ରିଟିଶ ସାମ୍ରାଜ୍ୟ କବଳରୁ ମୁକ୍ତ ହୋଇ ସ୍ୱାଧୀନତା ଲାଭ କଲା ସେତେବେଳେ ସେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାବରେ ୧୯୪୭ ମସିହା ଅଗଷ୍ଟ ୧୫ରେ ଶପଥ ଗ୍ରହଣ କରିଥିଲେ। ୧୯୬୪ ମେ ୨୭ରେ ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ସେ ଦେଶର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ।

Comments are closed.