ମୋଦୀ ଆରଏସ୍‌ଏସ୍‌ର ପ୍ରଧାନମନ୍ତ୍ରୀ : ରାହୁଲ

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ନରେନ୍ଦ୍ର ମୋଦୀଙ୍କୁ ଦେଶର ନୁହେଁ; ରାଷ୍ଟ୍ରୀୟ ସ୍ବଂସେବକ ସଙ୍ଘ (ଆରଏସ୍‌ଏସ୍‌)ର ପ୍ରଧାନମନ୍ତ୍ରୀ ଭାବେ ବର୍ଣ୍ଣନା କରିଛନ୍ତି। ଭାରତରେ ଶରଣାର୍ଥୀଙ୍କ ପାଇଁ କୌଣସି ଅଟକ କେନ୍ଦ୍ର ନାହିଁ ବୋଲି ମୋଦୀ ଭାରତ ମାତାକୁ ମିଛ କହିଛନ୍ତି। ଆସାମରେ ଏଭଳି କେନ୍ଦ୍ର ରହିଥିଲାବେଳେ ମୋଦୀ ମିଛ କହିଛନ୍ତି। ଏହାର ଜବାବରେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି ଯେ ରାହୁଲ ହେଉଛନ୍ତି ମିଛୁଆ ସର୍ଦାର। ମୋଦୀ ରବିବାର କହିଥିଲେ ଯେ କଂଗ୍ରେସ ଓ ଅର୍ବାନ୍‌ ନକ୍ସଲମାନେ ନାଗରିକତ୍ବ ଆଇନ ବିଷୟରେ ମିଛ ପ୍ରଚାର କରୁଛନ୍ତି। ଦେଶର ମୁସଲମାନଙ୍କୁ ଅଟକ କେନ୍ଦ୍ରକୁ ପଠାଇ ଦିଆଯିବାର ଭୟ ଦେଖାଉଛନ୍ତି।

Comments are closed.