‘ମୋ ନାଁ ରାହୁଲ ସାୱରକର ନୁହେଁ, ରାହୁଲ ଗାନ୍ଧୀ’

ନୂଆଦିଲ୍ଲୀ: ଦିଲ୍ଲୀର ରାମଲୀଳା ମଇଦାନରେ ଆରମ୍ଭ ହୋଇଥିବା କଂଗ୍ରେସର ଭାରତ ବଞ୍ଚାଅ ରାଲିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୋଦୀ ସରକାରଙ୍କ ନୀତିଗୁଡ଼ିକୁ କଡ଼ା ସମାଲୋଚନା କରିଛନ୍ତି। ରାହୁଲ କହିଛନ୍ତି, ସରକାରଙ୍କୁ ଲଜ୍ଜା ଲାଗିବା କଥା ଯେ, ଦେଶର କୃଷକମାନେ ଆତ୍ମହତ୍ୟା କରୁଛନ୍ତି। ଅନ୍ୟପଟେ ଗତ ଶୁକ୍ରବାର ରେପ୍‌ ଇନ୍‌ ଇଣ୍ଡିଆ ମନ୍ତବ୍ୟ ପାଇଁ ସଂସଦରେ ରାହୁଲ କ୍ଷମା ପ୍ରାର୍ଥନା କରିବାକୁ ଦାବି ଉଠିଥିଲା। ଏ ସମ୍ପର୍କରେ ରାହୁଲ ଜବାବ ଦେଇ କହିଥିଲେ, ମୋ ନାଁ ରାହୁଲ ସାୱରକର ନୁହେଁ, ରାହୁଲ ଗାନ୍ଧୀ। ମୁଁ ସତ୍ୟ କହିଥିବାରୁ ମରିଯିବି ପଛେ କ୍ଷମା ମାଗିବି ନାହିଁ। ନରେନ୍ଦ୍ର ମୋଦୀ ଏବଂ ଅମିତ ଶାହଙ୍କୁ କ୍ଷମା ମାଗିବା ଦରକାର। ଅର୍ଥବ୍ୟବସ୍ଥା ଆମ ଦେଶର ଶକ୍ତି ଥିଲା, ଯାହାକୁ ନରେନ୍ଦ୍ର ମୋଦୀ ନଷ୍ଟ କରିଦେଲେ। କଳାଧନ ନାଁ ନେଇ ମିଛ କହିଲେ।

ରାହୁଲ ଆହୁରି କହିଥିଲେ, ଅର୍ଥବ୍ୟବସ୍ଥାକୁ ନଷ୍ଟ କରିବା କାମ କୌଣସି ଶତ୍ରୁ କରିନାହାନ୍ତି, ବରଂ ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶର ସମ୍ପୂର୍ଣ୍ଣ ଅର୍ଥକୁ ୨/୩ ଜଣ ଉଦ୍ୟୋଗପତିଙ୍କ ହାତରେ ଟେକି ଦେଇଛନ୍ତି। ବଡ଼ ବଡ଼ ଉଦ୍ୟୋଗପତିଙ୍କୁ ହଜାର ହଜାର କୋଟି ଟଙ୍କା ଛାଡ଼ କରିଦେଇଛନ୍ତି। ଆମ ଦେଶର ଜିଡିପି ୯% ପ୍ରତିଶତ ରହୁଥିଲା। ଏବେ ତାହା ୪ ପ୍ରତିଶତ ରହିଛି। କିନ୍ତୁ ବାସ୍ତବରେ ଦେଶର ଜିଡିପି ୨.୫% ଅଛନ୍ତି। ଜିଏସଟି ଯୋଗୁ ଦେଶରେ ବିଗତ ୪୫ ବର୍ଷ ମଧ୍ୟରେ ବେକାରୀ ସମସ୍ୟା ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। କ୍ଷମତା ପାଇଁ ମୋଦୀ ସବୁ କିଛି ନଷ୍ଟ କରିଦେଇଛନ୍ତି ବୋଲି ରାହୁଲ କହିଛନ୍ତି।

Comments are closed.