ବୁଲେଟ୍ ପ୍ରୁଫ୍ ନଥିବା ଟ୍ରକରେ ଯବାନ; ପ୍ରଧାନମନ୍ତ୍ରୀଙ୍କ ପାଇଁ ୮,୪୦୦ କୋଟିର ବିମାନ : ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : ଆମେରିକା ଠାରୁ ଦୁଇଟି ଭିଭିଆଇପି ବିମାନ କିଣାଯିବାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଶନିବାର ରାହୁଲ ଗାନ୍ଧୀ ତାଙ୍କ ଟ୍ବିଟରେ ଟ୍ରକରେ ଭାରତୀୟ ଯବାନମାନେ ଯାତ୍ରା କରୁଥିବାର ଏକ ଭିଡିଓ ଜାରି କରି କହିଛନ୍ତି ଯେ ଭାରତୀୟ ଯବାନମାନଙ୍କୁ ବୁଲେଟ ପ୍ରୁଫ୍ ନଥିବା ଟ୍ରକରେ ଶହୀଦ ହେବାପାଇଁ ପଠାଯାଉଛି କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ପାଇଁ ୮,୪୦୦ କୋଟି ମୂଲ୍ୟର ବିଳାସପୂର୍ଣ୍ଣ ବିମାନ କିଣାଯାଉଛି । ଏହା ନ୍ୟାୟ କି ବୋଲି ରାହୁଲ ପ୍ରଶ୍ନ କରିଛନ୍ତି ।


ସୂଚନାଯୋଗ୍ୟ  ଭାରତ ଆମେରିକା ଠାରୁ ଦୁଇଟି  ବୋଇଙ୍ଗ -୭୭୭ ବିମାନ କିଣିଛି ।  ଆଧୁନିକ ସୁରକ୍ଷା ବ୍ୟବସ୍ଥା ସହ ସଜ୍ଜିତ ଏହି ବିମାନରେ ଭାରତର ପ୍ରଧାନମନ୍ତ୍ରୀଙ୍କ ସହ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଗସ୍ତ ପାଇଁ ବ୍ୟବହାର କରାଯିବ । ଏହି ବିମାନର ନାମ ‘ଏୟାର ଇଣ୍ଡିଆ ୱାନ୍’ ରଖାଯାଇଛି ।ଏହି ଦୁଇଟି ବିମାନର ମୂଲ୍ୟ ୮୪୫୮ କୋଟି ଟଙ୍କା ବୋଲି ଜଣାପଡିଛି । ଏହି ବିମାନରୁ ଗୋଟିଏ  ଭାରତରେ ପହଞ୍ଚି ଥିବା ବେଳେ ଅନ୍ୟଟି ଆଉ କିଛି ଦିନ ମଧ୍ୟର ପହଞ୍ଚିବ ବୋଲି ଜଣାପଡିଛି । ଏହି‘ଏୟାର ଇଣ୍ଡିଆ ୱାନ’ ବିମାନ ଆମେରିକାର ରାଷ୍ଟ୍ରପତିଙ୍କ ବିଦେଶ ଗସ୍ତ ପାଇଁ ବ୍ୟବହାର କରାଯାଉଥିବା ‘ଏୟାର ଫୋର୍ସ ୱାନ’ ସମକକ୍ଷ ।

 

Comments are closed.