ଦ୍ରାବିଡ଼ଙ୍କୁ ଟପିଲେ କୋହଲି

କେପ୍‌ଟାଉନ୍‌: ଦକ୍ଷିଣ ଆଫ୍ରିକା ମାଟିରେ ଭାରତୀୟ ଭାବେ ୨ୟ ସର୍ବାଧିକ ରନ୍‌ ସ୍କୋରର୍ ହୋଇଛନ୍ତି ଅଧିନାୟକ ବିରାଟ କୋହଲି। ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ୩ୟ ଟେଷ୍ଟମ୍ୟାଚ୍‌ର ପ୍ରଥମ ଦିନରେ ତାଙ୍କର ଧୈର୍ଯ୍ୟପୂର୍ଣ୍ଣ ଇନିଂସରେ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ଙ୍କୁ ଅତିକ୍ରମ କରି କୋହଲି ୨ୟ ସ୍ଥାନରେ ପହଞ୍ଚିଛନ୍ତି। ବ୍ୟାଟିଂ ମହାରଥୀ ସଚିନ ତେନ୍ଦୁଲକର ଦକ୍ଷିଣ ଆଫ୍ରିକାରେ ୧୫ଟି ଟେଷ୍ଟ ଖେଳି ୫ଟି ଶତକ ସହ ସର୍ବାଧିକ ୧୧୬୧ ରନ୍‌ ସ୍କୋର୍‌କରି ପ୍ରଥମ ସ୍ଥାନରେ ରହିଛନ୍ତି। ଦ୍ରାବିଡ଼ ଦକ୍ଷିଣ ଆଫ୍ରିକାରେ ୧୧ଟି ଟେଷ୍ଟ ଖେଳି ଗୋଟିଏ ଶତକ ସହ ୬୨୪ ରନ୍‌କରି ୨ୟ ସ୍ଥାନରେ ଥିଲେ। ହେଲେ ମଙ୍ଗଳବାର କୋହଲି ତାଙ୍କୁ ଅତିକ୍ରମ କରି ୨ୟ ସ୍ଥାନରେ ପହଞ୍ଚିଛନ୍ତି। ଦକ୍ଷିଣ ଆଫ୍ରିକାରେ ଟେଷ୍ଟମ୍ୟାଚ୍‌ରେ ୨ଟି ଶତକ ହାସଲ କରି ସାରିଥିବା କୋହଲି ପ୍ରଶିକ୍ଷକ ଦ୍ରାବିଡ଼ଙ୍କ ରନ୍‌ ସଂଖ୍ୟାକୁ ଅତିକ୍ରମ କରିବା ଲାଗି ଆଉ ମାତ୍ର ୧୩ ରନ୍‌ ଆବଶ୍ୟକ କରୁଥିଲେ। ତାଙ୍କର ଏହି ଦର୍ଶନୀୟ ଇନିଂସରେ ଦ୍ରାବିଡ଼ଙ୍କୁ ଅତିକ୍ରମ କରି ପାରିଛନ୍ତି କୋହଲି।

Comments are closed.