ରାହାଣେଙ୍କୁ ପ୍ରଶଂସା କଲେ ବିରାଟ

ନୂଆଦିଲ୍ଲୀ : ଏମ୍‌ସିଜିରେ ଚାଲିଥିବା ଅଷ୍ଟ୍ରେଲିଆ ବିପକ୍ଷ ୨ୟ ଟେଷ୍ଟର ୨ୟ ଦିନରେ ଭାରତୀୟ ଅଧିନାୟକ ଅଜିଙ୍କ୍ୟ ରାହାଣେ ଶତକ ହାସଲ କରିଛନ୍ତି। ରାହାଣେଙ୍କ ୧୨ଶ ଟେଷ୍ଟ ଶତକ ବଳରେ ଭାରତ ୨ୟ ଟେଷ୍ଟରେ ଘରୋଇ ଦଳ ବିପକ୍ଷରେ ମଜବୁତ୍ ସ୍ଥିତିରେ ପହଞ୍ଚିିଛି। ଭାରତ ୮୪ ରନ୍‌ରେ ଆଗୁଆ ରହିଛି। ରାହାଣେଙ୍କ ଶତକୀୟ ଇନିଂସକୁ ଭାରତୀୟ ଦଳର ନିୟମିତ ଅଧିନାୟକ ବିରାଟ କୋହଲି ପ୍ରଶଂସା କରିଛନ୍ତି। ବିରାଟ ଟ୍ବିଟ୍‌ କରି ଲେଖିଛନ୍ତି, ଆମ ପାଇଁ ଆଉ ଏକ ଭଲ ଦିନ। ସର୍ବଶ୍ରେଷ୍ଠ ଟେଷ୍ଟ କ୍ରିକେଟ। ଅଜିଙ୍କ୍ୟଙ୍କ ଶ୍ରେଷ୍ଠ ଇନିଂସ। ଅଧିନାୟକ ଭାବେ ଅଷ୍ଟ୍ରେଲିଆରେ ପଦାର୍ପଣ ମ୍ୟାଚରେ ଶତକ ହାସଲ କରିବାରେ ରାହାଣେ ୨ୟ ଭାରତୀୟ। ପୂର୍ବରୁ କୋହଲି ୨୦୧୪ରେ ଆଡିଲେଡ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ନେତୃତ୍ବର ପ୍ରଥମ ମ୍ୟାଚରେ ଶତକ ଅର୍ଜନ କରିଥିଲେ। ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୧୯୫ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି। ସୂଚନାଯୋଗ୍ୟ; କୋହଲି ଆଡିଲେଡ୍‌ରେ ପ୍ରଥମ ଟେଷ୍ଟ ମ୍ୟାଚ ପରେ ପିତୃତ୍ବ ଛୁଟି​ରେ ଭାରତ ଫେରି ଆସିଛନ୍ତି। ରାହାଣେ ଅଷ୍ଟ୍ରେଲିଆ ବିପକ୍ଷ ଅବଶିଷ୍ଟ ୩ ଟେଷ୍ଟ ମ୍ୟାଚ ଲାଗି ଭାରତୀୟ ଦଳର ଅଧିନାୟକ ନିଯୁକ୍ତ ହୋଇଛନ୍ତି।

Comments are closed.