ରଗଡି ପଞ୍ଚାୟତରେ ପୂର୍ବତନ ସରପଞ୍ଚଙ୍କୁ ସମ୍ବର୍ଦ୍ଧନା

ବାଙ୍କୀ : ଡମପଡା ବ୍ଲକ ବିଜୁ ଯୁବ ଜନତା ଦଳର ସଭାପତି ଭାବରେ ରଗଡି ପଞ୍ଚାୟତର ପୂର୍ବତନ ସରପଞ୍ଚ ଭାଗିରଥୀ ପାଣି ମନୋନିତ ହେଲା ପରେ ପଞ୍ଚାୟତ ପକ୍ଷରୁ ଗୁରୁବାର ଅପରାହ୍ନରେ ଶ୍ରୀ ପାଣିଙ୍କୁ ସ୍ୱତନ୍ତ୍ର ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ପୂର୍ବରୁ ରଗଡି ପଞ୍ଚାୟତର ବିକାଶ ମୂଳକ କାର୍ଯ୍ୟ କରିବା ସହିତ ପଞ୍ଚାୟତକୁ ଶ୍ରେଷ୍ଠ ପଞ୍ଚାୟତ ଭାବରେ ପରିଚିତ କରାଇବାରେ ଶ୍ରୀ ପାଣି ଅଗ୍ରଣୀ ଭୂମିକା ଗ୍ରହଣ କରି ମୁଖ୍ୟମନ୍ତ୍ରୀଙ୍କ ଠାରୁ ପୁରସ୍କୃତ ହୋଇଥିଲେ। ଛାତ୍ର ଜୀବନରୁ ଛାତ୍ର ସଂଗଠନ ସହିତ ଯୋଡି ହୋଇ ରଗଡି ପଞ୍ଚାୟତର ସରପଞ୍ଚ ଏବଂ ଆଜି ଡମପଡା ବ୍ଲକର ବିଜୁ ଯୁବ ଜନତା ଦଳର ସଭାପତି ଭାବରେ କାର୍ଯ୍ୟ କରିବାର ସୁଯୋଗ ନିଶ୍ଚୟ ରଗଡି ପଞ୍ଚାୟତର ଗୈାରବ କଥା ବୋଲି ମୁରବୀ ମାନେ କହିଛନ୍ତି । ଶ୍ରୀ ପାଣିଙ୍କୁ ଫୁଲତୋଡା ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା କରାଯାଇଛି। ଉଦିପ୍ତ କୁମାର ପଟ୍ଟନାୟକ,ବିଜୟ କୁମାର ମହାନ୍ତି,କୃଷ୍ଣଚନ୍ଦ୍ର ରଣା,ବିଭୁତିଭୂଷଣ ନାଥ,ଭଗବାନ ପରିଡା,ବିଜୁ ଛାତ୍ର ଜନତା ଦଳ ସଭାପତି ଆଶିଷ ପୃଷ୍ଟି ଓ ବିଜୁ ଯୁବ ଓ ଛାତ୍ର ଜନତା ଦଳର ସଦସ୍ୟ ମାନେ ଉପସ୍ଥିତ ରହି ଏହି ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି।

ସେହିପରି ଯୁବନେତା ଭାଗିରଥୀ ପାଣିଙ୍କୁ ଡମପଡା ବ୍ଲକ ବିଜୁ ଯୁବ ଜନତା ଦଳର ସଭାପତି ଭାବରେ ମନୋନିତ କରାଯାଇଥିବା ହେତୁ ରଗଡି ପଞ୍ଚାୟତ ପକ୍ଷରୁ ବାଙ୍କୀର ବିଧାୟକ ଦେବୀରଂଜନ ତ୍ରିପାଠୀ ଏବଂ ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀଙ୍କୁ  କୃତଜ୍ଞତା ଜ୍ଞାପନ କରାଯାଇଛି । ଗୁରୁବାର ଦିନ ସକାଳେ ରଗଡି ଗ୍ରାମପଞ୍ଚାୟତର ବିଜୁ ଜନତା ଦଳର ବିରିଷ୍ଠ କର୍ମୀ,ସ୍ଥାନୀୟ ସରପଞ୍ଚ,ସମିତି ସଭ୍ୟ ପ୍ରମୁଖ ଭୂବନେଶ୍ୱର ସ୍ଥିତ ବିଧାୟକଙ୍କ ସରକାରୀ ବାସଭବନରେ ପହଁଚି ଫୁଲତୋଡା ଓ ଉତ୍ତରୀୟ ପ୍ରଦାନ କରି ରଗଡି ପଞ୍ଚାୟତର ଯୁବ ନେତା ତଥା ପୂର୍ବତନ ସରପଞ୍ଚ ଶ୍ରୀ ପାଣିଙ୍କୁ ଡମପଡା ବ୍ଲକ ଯୁବ ବିଜେଡି ସଭାପତି ଭାବରେ ମନୋନିତ କରିଥିବା ହେତୁ କୃତଜ୍ଞତା ଜଣାଇଛନ୍ତି । ସରପଞ୍ଚ ଖଗେଶ୍ୱର ସେଠୀ,ସମିତି ସଭ୍ୟା ପ୍ରତିମା ବେହେରା,ସମାଜସେବୀ ବିଜୟ ମହାନ୍ତି, ଗ୍ରାମମୁରବୀ ଭ୍ରୁବୁରାମ ରାଉତ, ଉଦିିପ୍ତ ପଟ୍ଟନାୟକ, କୃଷ୍ଣ ରଂଜନ ରଣା, ବନବିହାରୀ ନାଥ, ସତ୍ୟନାରାୟଣ ବେହେରା, ପରିକ୍ଷିତ ସାହୁ, ବିଶ୍ୱନାଥ ସାମଲ,ସୁରେନ୍ଦ୍ର ପାତ୍ର,ଭାଗିରଥି ବେହେରା, କାଶୀନାଥ ଦାସ,ବିଭୂତିଭୂଷଣ ନାଥ,ଅମୂଲ୍ୟ କୁମାର ସେଣ ପ୍ରମୁଖ ବିଧାୟକ ଓ ପୂର୍ବତନ ବିଧାୟକଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜଣାଇଛନ୍ତି।

Comments are closed.