ରାଫେଲର ରାତ୍ରିକାଳୀନ ଅଭ୍ୟାସ ଉଡ଼ାଣ

ନୂଆଦିଲ୍ଲୀ : ବାୟୁସେନାରେ ନୂଆ କରି ସାମିଲ ହୋଇଥିବା ରାଫେଲ ଯୁଦ୍ଧବିମାନଗୁଡିକ ହିମାଚଳ ପ୍ରଦେଶର ପାର୍ବତ୍ୟ ଅଞ୍ଚଳରେ ରାତ୍ରିକାଳୀନ ଅଭ୍ୟାସ ଉଡାଣ କରିଛି। ରାଫେଲ ଯୁଦ୍ଧବିମାନଗୁଡିକ ସ୍କାଲପ୍‍ କ୍ଷେପଣାସ୍ତ୍ର ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ପରିବହନ ପୂର୍ବକ ଅଭ୍ୟାସ ଉଡାଣ କରିଥିଲା। ଏଲଏସିର ଲଦାଖରେ ଲାଗି ରହିଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ବାୟୁସେନା ନିଜର ପ୍ରସ୍ତୁତି ଚଳାଇଥିବାବେଳେ ଏହି ଅଭ୍ୟାସ ଗୁରୁତ୍ୱପୂର୍ଣ୍ଣ ମନେ ହୋଇଛି। ଜୁଲାଇ ୨୯ରେ ପ୍ରଥମ ପର୍ଯ୍ୟାୟରେ ଭାରତକୁ ୫ଟି ରାଫେଲ ଯୁଦ୍ଧବିମାନ ମିଳିଛି।

Comments are closed.