ମଧୁମେହ ରୋଗୀ ସେବନ କରନ୍ତୁ ମୂଳା ଶାଗ

ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମଧୁମେହ ରୋଗୀଙ୍କୁ ସେମାନଙ୍କର ଖାଦ୍ୟର ଅଧିକ ଯତ୍ନ ନେବାକୁ ପରାମର୍ଶ ଦିଅନ୍ତି। ଏହାସହ କିଛି ସ୍ୱତନ୍ତ୍ର ଖାଦ୍ୟପେୟକୁ ଖାଦ୍ୟରେ ସାମିଲ କରିବା ମଧ୍ୟ ଆବଶ୍ୟକ। ବିଶେଷଜ୍ଞଙ୍କ ମତରେ ରକ୍ତରେ ଶର୍କରା ସ୍ତର ମଧ୍ୟ ଖାଦ୍ୟରେ ପରିବର୍ତ୍ତନ ଦ୍ୱାରା ନିୟନ୍ତ୍ରିତ ହୋଇପାରିବ । ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ମୂଳା ଅତ୍ୟନ୍ତ ପ୍ରଭାବଶାଳୀ । ଶୀତଦିନେ ମିଳୁଥିବା ମୂଳା ପନିପରିବା, ସାଲାଡ ଏବଂ ସୁପ୍ ଇତ୍ୟାଦିରେ ବ୍ୟବହୃତ ହୁଏ । କିନ୍ତୁ ମୂଳା ସହିତ ଏହାର ପତ୍ର ମଧ୍ୟ ଅନେକ ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ ।
ମୂଳା: ମୂଳା ପତ୍ର ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ମୂଳା ପତ୍ରରେ ଲୌହ, କ୍ୟାଲସିୟମ୍, ଭିଟାମିନ୍ ସି ଏବଂ ଫସଫରସ୍ ଭରପୂର ମାତ୍ରାରେ ରହିଛି। ଆପଣ ବିଭିନ୍ନ ଉପାୟରେ ମୂଳା ପତ୍ର ଖାଇପାରିବେ….
ଏହି ଉପାୟରେ ମୂଳା ପତ୍ର ବ୍ୟବହାର କରନ୍ତୁ: ମଧୁମେହ ରୋଗୀମାନେ ସାଲାଡ ଆକାରରେ ମୂଳା ପତ୍ର ଖାଇପାରିବେ । ଏହା ବ୍ୟତୀତ ଖାଲି ପେଟରେ ମୂଳା ପତ୍ରର ରସ ପିଇବା ମଧ୍ୟ ଲାଭଦାୟକ ।
ମୂଳା ପତ୍ରକୁ ଭାଜି ଅଳ୍ପ ଲୁଣ ପକାଇ ଖାଇପାରିବେ। ପତ୍ର ବ୍ୟତୀତ ମୂଳାକୁ ସାଲାଡ ଆକାରରେ ମଧ୍ୟ ଖାଇ ପାରିବେ ।
ମଧୁମେହ ରୋଗୀ କାକୁଡି-ମୂଳା ସାଲାଡ୍ କିମ୍ବା ରସ ଆକାରରେ ଖାଇପାରିବେ । ଏହାଦ୍ୱାରା ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣରେ ରହିବ ।

Comments are closed.