ବୌଦ୍ଧ ସହରରେ ଭିନ୍ନ ପରମ୍ପରା – ଭାଗବତ ଜନ୍ମରେ ମହାନଦୀରେ ଚାପ ଖେଳିଲେ ରାଧାକୃଷ୍ଣ

ବୌଦ୍ଧ : ପବିତ୍ର ଭାଦ୍ରବ ମାସ ପୁର୍ଣ୍ଣିମା ତିଥିରେ ଭାଗବତ ଜନ୍ମ ଓ ଏଥିପାଇଁ ବୌଦ୍ଧ ଜିଲ୍ଲାର ପୁରପଲ୍ଲୀ ସମେତ ସହରରେ ମହାସମାରୋହରେ ଭାଗବତ ଜନ୍ମ ପାଳିତ ହୋଇଯାଇଛି । ଏହି ଭାଗବତ ଜନ୍ମ ବୌଦ୍ଧ ସହରରେ ଭିନ୍ନ ଧରଣରେ ପାଳିତ ହୋଇଆସୁଅଛି । ଭଗବାନ ରାଧାକୃଷ୍ଣଙ୍କୁ ସଂକିର୍ତ୍ତନ ମଣ୍ଡଳୀ ସହ ନୌକାରେ ବସାଇ ମହାନଦୀରେ ଚାପଖେଳ କରାଯାଇଥାଏ ।

ସମସ୍ତ ପ୍ରକାର ନୀତିକାନ୍ତି ପରେ ପ୍ରଭୁ ମାନଙ୍କୁ ସୁସଜ୍ଜିତ ବିମାନରେ ବସାଇ ନାମ ସଂକିର୍ତନ କରି ସହର ପରିକ୍ରମା ପରେ ମହାନଦୀ ଗର୍ଭକୁ ନେଇଥାଆନ୍ତି । ଏହି ଚାପ ଖେଳରେ ବୌଦ୍ଧ ସହରର କେଉଟସାହି, ରାଜନପାଲି, ନୁଆସାହି, ପୋଡାପଡା, ଆଦି ସାହି ଗୁଡିକରୁ ପ୍ରଭୁ ରାଧାକୃଷ୍ଣଙ୍କୁ ସୁସଜ୍ଜିତ ବିମାନରେ ବସାଇ ସାହି ପରିକ୍ରମା ପରେ ବୌଦ୍ଧ ସହରର ମହାନଦୀର ଚନ୍ଦ୍ରଚୁଡ ଘାଟ କୁ ନେଇ ସେଠାରେ ସଜ୍ଜିତ ହୋଇ ରହିଥିବା ଡଙ୍ଗାରେ ବସାଇ ମହାନଦୀର ହନୁମାନ ଘାଟ ପର୍ଯ୍ୟନ୍ତ ପାଣିରେ କେଳି କରନ୍ତି । ଚାପ ଖେଳ ପରେ ପୁର୍ନବାର ମହାପ୍ରଭୁ ବିରାଟ ଶୋଭାଯାତ୍ରାରେ ନଗର ପରିକ୍ରମା ପରେ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରନ୍ତି । ଏହା ସହ ଜିଲ୍ଲାର ପୁରପଲ୍ଳୀରେ ଭାଗବତ ଚର୍ଚ୍ଚା ହେବା ସହ ଗ୍ରାମରେ ଥିବା ମଣ୍ଡପ ଗୁଡିକରେ ସ୍ୱତନ୍ତ୍ର ପୂଜା ଆୟୋଜିତ ହୋଇଥାଏ ।

Comments are closed.