ପ୍ରଫେସର ରବୀନ୍ଦ୍ର ପଣ୍ଡା ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟର ନୂଆ କୁଳପତି ନିଯୁକ୍ତ

ଡେସ୍କ: ପ୍ରଫେସର ରବୀନ୍ଦ୍ର କୁମାର ପଣ୍ଡା ପୁରୀ ସ୍ଥିତ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟର ନୂଆ କୁଳପତି ଭାବେ ନିଯୁକ୍ତ ହୋଇଛନ୍ତି। ରବିବାର ରାଜ୍ୟପାଳ ତଥା ବିଶ୍ବବିଦ୍ୟାଳୟ କୁଳାଧିପତି ପ୍ରଫେସର ଗଣେଶୀଲାଲ ତାଙ୍କୁ ନିଯୁକ୍ତି ଦେଇଛନ୍ତି। ପ୍ରଫେସର ପଣ୍ଡା ୪ ବର୍ଷ ପର୍ଯ୍ୟନ୍ତ କୁଳପତି ଦାୟିତ୍ବରେ ରହିବେ।

ସୂଚନାଯୋଗ୍ୟ, ୨୯ ବର୍ଷର ଅଧ୍ୟାପନା ଅଭିଜ୍ଞତା ଥିବା ପ୍ରଫେସର ପଣ୍ଡା ବରୋଦା ସ୍ଥିତ ମହାରାଜା ସାୟାଜୀରାଓ ୟୁନିଭର୍ସିଟିରେ କାର୍ଯ୍ୟରତ। ଏଥିସହ ସେ ୪୫ଟି ପୁସ୍ତକ ରଚନା କରିବା ସହ ୧୦ଜଣ ପିଏଚଡି ଗବେଷକଙ୍କୁ ସଫଳତାର ସହ ମାର୍ଗଦର୍ଶନ କରିଛନ୍ତି।

Comments are closed.