ବିଜେପିରେ ମିଶିଲେ ବରିଷ୍ଠ ନେତା ରବି ପାଣି

ଭୁବନେଶ୍ବର : ପୂର୍ବତନ ସାଂସଦ ତଥା ପୂର୍ବତନ ବିଧାୟକ ରବି ପାଣି ବିଜେପିରେ ଯୋଗ ଦେଇଛନ୍ତି । ମଙ୍ଗଳବାର ବିଜେପି ରାଜ୍ୟ କାର୍ଯ୍ୟାଳୟରେ  ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ରବି ପାଣି ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ରବିଙ୍କ ସହ ତାଙ୍କ ବହୁ ସମର୍ଥକ ମଧ୍ୟରେ ବିଜେପିରେ ସାମିଲ ହୋଇଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ, ପୂର୍ବତନ ସରକାରୀ ଦଳ ମୁଖ୍ୟ ସଚେତକ ଥିଲେ ରବି ପାଣି । ବିଜେଡିରେ ଟିକେଟ ବଣ୍ଟନକୁ ନେଇ ସେ ଅସନ୍ତୁଷ୍ଟ ଥିବାରୁ କିଛି ଦିନ ପୂର୍ବେ ବିଜେଡି ଛାଡି ଥିଲେ ।

Comments are closed.